Mun Nilagiri Badhei

ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ

ନୀଳକନ୍ଦରରୁ ପଥର ଖସିଲେ
ନୀଳକନ୍ଦରରୁ ପଥର ଖସିଲେ
ମୁଁ ଦେବି ଯୋଡ଼େଇ, ପ୍ରଭୁ ମୁଁ ଦେବି ଯୋଡ଼େଇ

ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ

ଲୋଡ଼ା ନାହିଁ ମୋର ଜମି ଜାଗିରି
କେ ସେବା ପାଇକି
ଗାଆଁଗଣ୍ଡା ବୁଲି ପଡ଼ିଥିବି ମୁଁ
ତୁମରି ପାଇଁ କି

ଥିବା ଯାଏ ବଳ ବୟସ
ଖଟୁଥିବି ନିଶି ଦିବସ
ହୋ, ଥିବା ଯାଏ ବଳ ବୟସ
ଖଟୁଥିବି ନିଶି ଦିବସ

ଜୀବଥିବା ଯାଏ ନିହାଣ, ମୁଗୁର
ଜୀବଥିବା ଯାଏ ନିହାଣ, ମୁଗୁର
ମୁଁ ଛାଡ଼ିବି ନାହିଁ, ପ୍ରଭୁ ମୁଁ ଛାଡ଼ିବି ନାହିଁ

ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ

ଓଡ଼ିଆ ଜାତିର ମାନ ମହତ, ତୁମ ଶ୍ରୀମନ୍ଦିର
ତା ଲାଗି ପଥର କାଟି-କାଟି ମୁଁ, ହୋଇବି ପଥର

ଏ ଯେ ମୋର କୁଳର କୀର୍ତ୍ତି
ଶ୍ରୀମନ୍ଦିର ମୋର ସମ୍ପତି
ଏ ଯେ ମୋର କୁଳର କୀର୍ତ୍ତି
ଶ୍ରୀମନ୍ଦିର ମୋର ସମ୍ପତି

ସମ୍ପତିକୁ ମୋର ବିପତ୍ତି ପଡ଼ିଲେ
ସମ୍ପତିକୁ ମୋର ବିପତ୍ତି ପଡ଼ିଲେ
ମୁଁ ସହିବି ନାହିଁ, ପ୍ରଭୁ ମୁଁ ସହିବି ନାହିଁ

ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ

ମୁଁ ନୀଳଗିରି ବଢ଼େଇ
ମୁଁ ନୀଳଗିରି ବଢ଼େଇ



Credits
Writer(s): Amrendra Mohanty, Alekh Bishwal
Lyrics powered by www.musixmatch.com

Link