Chandana Pabitra

ଚନ୍ଦନ ପବିତ୍ର କଳା ବଦନ ଲାଗି
ହଳଦୀ ପବିତ୍ର ପୀତ ବସନ ଲାଗି
ଚନ୍ଦନ ପବିତ୍ର କଳା ବଦନ ଲାଗି
ହଳଦୀ ପବିତ୍ର ପୀତ ବସନ ଲାଗି

କୁସୁମ ପବିତ୍ର ତାର...
କୁସୁମ ପବିତ୍ର ତାର ଶରଣ ଲାଗି

ଜୀବନ ପବିତ୍ର ତାର ଭଜନ ଲାଗି
ଜୀବନ ପବିତ୍ର ତାର ଭଜନ ଲାଗି
ଚନ୍ଦନ ପବିତ୍ର କଳା ବଦନ ଲାଗି
ହଳଦୀ ପବିତ୍ର ପୀତ ବସନ ଲାଗି

ଅନ୍ଧାର ସୁନ୍ଦର ଦିଶେ ଆଲୁଅ ଥିଲେ
ମନ୍ଦିର ସୁନ୍ଦର ଦିଶେ କାଳିଆ ଥିଲେ
ତୁଳସୀ ସୁନ୍ଦର ତାର ଗଳାରେ ଥିଲେ
ବଇଁଶୀ ସୁନ୍ଦର ତାର କଣ୍ଠରେ ଥିଲେ

ଶ୍ରାବଣ ପବିତ୍ର ତାର, ଶ୍ରାବଣ
ଶ୍ରାବଣ ପବିତ୍ର ତାର ଝୁଲଣ ଲାଗି

ଜୀବନ ପବିତ୍ର ତାର ଭଜନ ଲାଗି
ଜୀବନ ପବିତ୍ର ତାର ଭଜନ ଲାଗି
ଚନ୍ଦନ ପବିତ୍ର କଳା ବଦନ ଲାଗି
ହଳଦୀ ପବିତ୍ର ପୀତ ବସନ ଲାଗି

ବଳିତା ହୋଇ ଜଳିଲେ କନା ସୁନ୍ଦର
ନୀଳଚକ୍ରେ ଉଡୁଥିଲେ ବାନା ସୁନ୍ଦର
ଅନ୍ନ ହେଲେ ଚାଉଳ ର ଦାନା ସୁନ୍ଦର
ତା ବେଶରେ ଲାଗିଥିଲେ ସୁନା ସୁନ୍ଦର

ନୟନ ପବିତ୍ର ତାର, ନୟନ
ନୟନ ପବିତ୍ର ତାର ଦର୍ଶନ ଲାଗି

ଜୀବନ ପବିତ୍ର ତାର ଭଜନ ଲାଗି
ଜୀବନ ପବିତ୍ର ତାର ଭଜନ ଲାଗି
ଚନ୍ଦନ ପବିତ୍ର କଳା ବଦନ ଲାଗି
ହଳଦୀ ପବିତ୍ର ପୀତ ବସନ ଲାଗି

କୁସୁମ ପବିତ୍ର ତାର ଶରଣ ଲାଗି
ଶ୍ରାବଣ ପବିତ୍ର ତାର ଝୁଲଣ ଲାଗି
ନୟନ ପବିତ୍ର ତାର ଦର୍ଶନ ଲାଗି
ଜୀବନ ପବିତ୍ର ତାର ଭଜନ ଲାଗି



Credits
Writer(s): Amrendra Mohanty, Dr.siba Kumar Ratha
Lyrics powered by www.musixmatch.com

Link