Oda Oda Mun Aji

ଓଦା ଓଦା ମୁଁ ଆଜି ମୋ ଲୁହରେ
ଅଧା ଆଧା ମୁଁ ଆଜି ମୋ ପ୍ରେମରେ
ଦରିଆ କୂଳେ ବସି ଗଣୁଛି ଢ଼େଉ
ଜାଣେନା ଏତେ ଢ଼େଉ ଆସୁଛି କାହୁଁ

ଢ଼େଉ ପରି ତୋ ସ୍ମୃତି ଫେରେ

ଏକା ଏକା ମୁଁ ଆଜି ମୋ ବାଟରେ
ଫିକା ଫିକା ମୁଁ ଆଜି ମୋ ସ୍ୱପ୍ନରେ
ଆଖିରେ ନିଦ ନାହିଁ ଗଣୁଛି ତାରା
ତାରା ଯେ ଅଗଣିତ ଆକାଶ ସାରା

ଜହ୍ନ ପରି ତୁ ଅଛୁ ଦୂରେ

ଓଦା ଓଦା ମୁଁ ଆଜି ମୋ ଲୁହରେ
ଅଧା ଆଧା ମୁଁ ଆଜି ମୋ ପ୍ରେମରେ

ଶୂନସାନ ଆଜି ମୋ ଚାରି ପାଖରେ
ନାହିଁ କାହାର ଭିଡ଼
ନିରବ ସିନା ରହିଚୁ ପ୍ରିୟା
ଛାତିରେ ମୋର ଝଡ଼

ଶୂନସାନ ଆଜି ମୋ ଚାରି ପାଖରେ
ନାହିଁ କାହାର ଭିଡ଼
ନିରବ ସିନା ରହିଚୁ ପ୍ରିୟା
ଛାତିରେ ମୋର ଝଡ଼

ଆଇନା ଚୁନା ଚୁନା ଗଣୁଚି କାଚ
ଦେଖିଲେ ନିଜ ମୁହଁ ଲାଗୁଛି ମିଛ

ବାଟ ମୋର ଅନ୍ଧାର ଘେରେ

ଓଦା ଓଦା ମୁଁ ଆଜି ମୋ ଲୁହରେ
ଅଧା ଆଧା ମୁଁ ଆଜି ମୋ ପ୍ରେମରେ

ଭୁଲହେଲା ମୋ ସବୁ ଭାବନା
ମୋର ହୃଦୟ ଭଙ୍ଗା
ବରଷା ଧାରେ ଗଲା ତ ବୁଡ଼ି
ପ୍ରେମ କାଗଜ ଡ଼ଙ୍ଗା

ଭୁଲହେଲା ମୋ ସବୁ ଭାବନା
ମୋର ହୃଦୟ ଭଙ୍ଗା
ବରଷା ଧାରେ ଗଲା ତ ବୁଡ଼ି
ପ୍ରେମ କାଗଜ ଡ଼ଙ୍ଗା

ମୋ ହାତ ପାପୁଲିର ଗଣୁଚି ରେଖା
ବିରହ ଥିଲା ବୋଧେ ଭାଗ୍ୟରେ ଲେଖା

ଫେରିଆ ତୁ ଫେରିଆ ଥରେ

ଓଦା ଓଦା ମୁଁ ଆଜି ମୋ ଲୁହରେ
ଅଧା ଆଧା ମୁଁ ଆଜି ମୋ ପ୍ରେମରେ



Credits
Writer(s): Arun Kumar Mantri
Lyrics powered by www.musixmatch.com

Link