Na Na Au Kandana

ନା, ନା, ନା, ନା, ଆଉ କନ୍ଦାନା ରେ କହ୍ନା, ଆଉ କନ୍ଦାନା

ଦୁଃଖ ତ ଭରିଛୁ ଜୀବନେ ମୋହର
ଲୁହ ତ ଭରିଛୁ ଆଖିରେ ମୋହର
ଅଧାବାଟେ ଅନ୍ଧ କରି ଚାଲି ଯାଆନା ରେ, ଚାଲି ଯାଆନା

ମୋ ମନ ଯଦି ବୁଝିବୁ ନାହିଁ
ବଞ୍ଚିବି କହ କାହା ମୁଁହ ଚାହିଁ?

ମୋ ରାଣ ଯଦି ରଖିବୁ ନାହିଁ
ଯମୁନା ଯାଇ ପଡିବି ଡେଇଁ

ଅଳଙ୍କର ଟିପା ନାଇଲି ତୋ ପାଇଁ
ଶାଶୁଘର ସୁଖ ସପନ ମୋ ପାଇଁ
କୁଞ୍ଜବନ ଭାବ-ପ୍ରୀତି ଭୁଲି ଯାଆନା ରେ, ଭୁଲି ଯାଆନା

ନା, ନା, ନା, ନା, ଆଉ କନ୍ଦାନା ରେ କହ୍ନା, ଆଉ କନ୍ଦାନା

କନ୍ଦେଇ ଯଦି ଯାଉଛୁ ତୁହି
ମୋ ଲୁହ ଝରୁ ତୋରି ପାଇଁ

ମୋ ଡାକ ଯଦି ଶୁଣିବୁ ନାହିଁ
ମୋ ଦିନ ବିତୁ ତୋ ବାଟ ଚାହିଁ

ଅଲଗା ହୋଇଲେ ଦେହଠାରୁ ଛାଇ
ଛାଇ ବିନା ଦେହ ବଞ୍ଚିପାରେ ନାହିଁ
ମିଛ କହି ମଥୁରାକୁ ଚାଲି ଯାଅନା ରେ, ଚାଲି ଯାଅନା

ନା, ନା, ନା, ନା, ଆଉ କନ୍ଦାନା ରେ କହ୍ନା, ଆଉ କନ୍ଦାନା
ନା, ନା, ନା, ନା, ଆଉ କନ୍ଦାନା ରେ କହ୍ନା, ଆଉ କନ୍ଦାନା

ଦୁଃଖ ତ ଭରିଛୁ ଜୀବନେ ମୋହର
ଲୁହ ତ ଭରିଛୁ ଆଖିରେ ମୋହର
ଅଧାବାଟେ ଅନ୍ଧ କରି ଚାଲି ଯାଆନା ରେ, ଚାଲି ଯାଆନା

ନା, ନା, ନା, ନା, ଆଉ କନ୍ଦାନା ରେ କହ୍ନା, ଆଉ କନ୍ଦାନା

Credits
Writer(s): Krushna Chandra, Panchanana Nayak
Lyrics powered by www.musixmatch.com

Link