Baunsa Khandie

ବାଉଁଶ ଖଣ୍ଡିଏ...
ବାଉଁଶ ଖଣ୍ଡିଏ ବଇଁଶୀ ହୋଇଲା
ରାଧାକୁ ପାଗଳି କଲା
ବାଉଁଶ ଖଣ୍ଡିଏ ଶିବ-ଧନୁ ହେଲା
ସୀତାଙ୍କୁ ସଂସାରୀ କଲା

ମୋତେ ଛ' ଖଣ୍ଡି ବାଉଁଶ ଦେ
ମୋ ସବାରୀ ସଜେଇଦେ
ସ୍ୱର୍ଗଦ୍ୱାର ହେବ ଶାଶୁଘର ମୋର
ଯିବାକୁ ମୋ ବେଳ ହେଲା

ବାଉଁଶ ଖଣ୍ଡିଏ ବଇଁଶୀ ହୋଇଲା
ରାଧାକୁ ପାଗଳି କଲା
ବାଉଁଶ ଖଣ୍ଡିଏ ଶିବ-ଧନୁ ହେଲା
ସୀତାଙ୍କୁ ସଂସାରୀ କଲା ଲୋ
ସୀତାଙ୍କୁ ସଂସାରୀ କଲା

ବାପଘର ଠାରୁ ଶାଶୁଘର ଯାଏ
ସବୁ ନାରୀ ଯାଆନ୍ତି ରେ ଫୁଲ ସବାରୀରେ
ବାଉଁଶ ସବାରୀ, ତୁ ମୋତେ ଦେ'ରେ
ଏପାରିରୁ ସେପାରିକୁ ଫେରି ମୁଁ ଯିବି ରେ

ବାହା ସିନ୍ଦୁର ଟିକିଏ ଦେ
ମୋ ଛ' ଘଡ଼ି ଆୟୁଷ ନେ
ଲଗେଇଦେ ଥରେ ଭାବ-ଡ଼ୋରି ତୋର
ହାତଗଣ୍ଠି ବେଳ ହେଲା

ବାଉଁଶ ଖଣ୍ଡିଏ ବଇଁଶୀ ହୋଇଲା
ରାଧାକୁ ପାଗଳି କଲା
ବାଉଁଶ ଖଣ୍ଡିଏ ଶିବ-ଧନୁ ହେଲା
ସୀତାଙ୍କୁ ସଂସାରୀ କଲା ଲୋ
ସୀତାଙ୍କୁ ସଂସାରୀ କଲା

ଜଗନ୍ନାଥ ବୋଲି ଭାବିନି ତତେ ମୁଁ
ପ୍ରାଣନାଥ ତୁ ମୋର ଯୁଗ-ଯୁଗର
ମଥାରେ ମାଖିନେ ଘୋରା ଚନ୍ଦନକୁ
ଲାଗେ ମୋତେ ପିନ୍ଧିଛି ତୋ ପୁଣ୍ୟର ସିନ୍ଦୁର

ରାମ ନାମ ଥରେ ଶୁଣେଇଦେ
ପୁଣ୍ୟ କାଚ ତୁ ପିନ୍ଧେଇଦେ
ତୁ କଳା ଠାକୁର, ମୋ ସିନ୍ଥି ସିନ୍ଦୁର
ତୁ ଚାହିଁଲେ ସବୁ ହେଲା

ବାଉଁଶ ଖଣ୍ଡିଏ...
ବାଉଁଶ ଖଣ୍ଡିଏ ବଇଁଶୀ ହୋଇଲା
ରାଧାକୁ ପାଗଳି କଲା
ବାଉଁଶ ଖଣ୍ଡିଏ ଶିବ-ଧନୁ ହେଲା
ସୀତାଙ୍କୁ ସଂସାରୀ କଲା

ମୋତେ ଛ' ଖଣ୍ଡି ବାଉଁଶ ଦେ
ମୋ ସବାରୀ ସଜେଇଦେ
ସ୍ୱର୍ଗଦ୍ୱାର ହେବ ଶାଶୁଘର ମୋର
ଯିବାକୁ ମୋ ବେଳ ହେଲା



Credits
Writer(s): Nirmal Nayak, Kalicharan
Lyrics powered by www.musixmatch.com

Link