Mu Rajakumar Tu Rajakumari

ଏଇ ମୋ ଆଖି, ଯାଏ ଅଟକି ପାଖେ ତୋହରି
କି ଯାଦୁ କହ ଜାଣିଛୁ ସତେ, କଲୁ ମନ ଚୋରି
ଦେଖିଲା ପରେ, ତତେ ଲାଜରେ, ଯାଏ ରେ ମୁଁ ମରି
ମୋ ଭିତରେ ତୋ ପାଇଁ ରେ, ନିଜେ ଉଠେ ରେ କୁହୁଳି

ଏଇ first time ପ୍ରେମ ମଜା ଭାରି
ଆଖିରେ ଆଖି ଠରା-ଠରି
ଦେ ଥରେ ମାରି ପ୍ରେମ ପିଚକରି
ଆଲୋ ଗୋରୀ (ଆଲୋ ଗୋରୀ)

ମୁଁ ରାଜକୁମାର, ତୁ ରାଜକୁମାରୀ
ଚାଲ୍ शुरू କରିଦେ ପ୍ରେମ ଆମରି
ହାଏ, ତୁ ରାଜକୁମାର, ମୁଁ ରାଜକୁମାରୀ
ଚାଲ୍ शुरू କରିଦେ ପ୍ରେମ ଆମରି

ଲବଙ୍ଗଦ୍ୱୀପର ରାଜକୁମାରୀ ତୁ, ଲାଗୁଛୁ ଅଳସୀ କନ୍ୟା
ଆଉ କାହିଁ ଡେରି? ଆ ଥରେ ଚାଲି, ହଉ ପ୍ରୀତିର ବନ୍ୟା
ହଁ, ହେ ରାଜକୁମାର, ଏମିତି କାଇଁ? ଆଉ ଟିକେ ରହନା
ଘରେ ଥରେ କହି, ସାଥେ ଯା ନେଇ, ଘଟିବ ନୁଆଁ ଘଟଣା

ଆଜି ଅମାନିଆ ଏଇ ମନ ଭାରି
ଚାହାଣି ତୋର ଦିଏ ମାରି
ନଜରରେ ବନ୍ଦୀ, ପ୍ରେମରେ ତୋ ଛନ୍ଦି
ଦେଲୁ ସାରି (ଦେଲୁ ସାରି)

ମୁଁ ରାଜକୁମାର, ତୁ ରାଜକୁମାରୀ
ଚାଲ୍ शुरू କରିଦେ ପ୍ରେମ ଆମରି
ହଁ, ତୁ ରାଜକୁମାର, ମୁଁ ରାଜକୁମାରୀ
ଚାଲ୍ शुरू କରିଦେ ପ୍ରେମ ଆମରି

ହଁ, ଚାହାଁନା ଏମିତି ଆଉ ତୁ ଆଖିରେ, ପ୍ରେମ ତୀରକୁ ଚୋଖି
ତୋହରି ଛୁଆଁରେ, ସେ ମିଠା ନିଆଁରେ ନିଜକୁ ପାରୁନି ରୋକି
ହଁ, ରୂପ ତୋ ଯେମିତି, କଥା ତ ସେମିତି, ହସରୁ ଝରୁଛି ମୋତି
ସବୁ ଜନମକୁ ସାଥି କରିବାକୁ ତତେ ମୁଁ କଥା ଦଉଛି

କହ କେବେ ଆସିବୁ ସଵାରୀ ଧରି
ସାଥେ ନେଇଯିବୁ ମୋ ହାତ ଧରି
ଚାଲ୍ ଆମେ ମିଶି ପ୍ରେମ ରାଇଜକୁ
ଯିବା ଚାଲି (ଯିବା ଚାଲି)

ତୁ ରାଜକୁମାର, ମୁଁ ରାଜକୁମାରୀ
ଚାଲ୍ शुरू କରିଦେ ପ୍ରେମ ଆମରି
ମୁଁ ରାଜକୁମାର, ତୁ ରାଜକୁମାରୀ
ଚାଲ୍ शुरू କରିଦେ ପ୍ରେମ ଆମରି



Credits
Writer(s): Santosh Kumar, Susil Kumar Swain
Lyrics powered by www.musixmatch.com

Link