Akash Bani

ରେ ମନ କାଇଁ ଖୋଜୁଛୁ ସେଇ ଅତୀତକୁ ଆଜି ରେ?
ରେ ମନ କାଇଁ ଖୋଜୁଛୁ ସେଇ ଅତୀତକୁ ଆଜି ରେ?

ଯାଇଚି ତ ସେ ହଜି ରେ, ମନ, ପାରିବୁକି ତୁ ଖୋଜି ରେ?

ଗଲା କଥା ସେ ଝୁରୁଛୁ କାଇଁ? ବଞ୍ଚିଯା ତୁ ଆଜି ରେ
କି ଲାଭ କହ ମନେ ପକେଇ? ଗଲାଣି ସେ ହଜି ରେ

ଯାଇଚି ତ ସେ ହଜି ରେ, ମନ, ପାରିବୁକି ତୁ ଖୋଜି ରେ?

ଥିଲା ଯେବେ ପାଖେ ସେ ତୋର, କରିଲୁନି ତାକୁ ନିଜର
ଦୂରେ ଆଜି ସେ ଗଲାପରେ, ଖୋଜେ କାଇଁ ତୋର ନଜର?
ଥିଲା ଯେବେ ପାଖେ ସେ ତୋର, କରିଲୁନି ତାକୁ ନିଜର
ଦୂରେ ଆଜି ସେ ଗଲାପରେ, ଖୋଜେ କାଇଁ ତୋର ନଜର?

ଫେରିବନି ସେ ଜାଣିବି କାଇଁ, ରେ ମନ ତୁ ଖୋଜୁ ରେ?
ଅଦିନ ମେଘ ବରଷାରେ ତୁ, ନିତି କାଇଁ ଭିଜୁ ରେ?

ଯାଇଚି ତ ସେ ହଜି ରେ, ମନ, ପାରିବୁକି ତୁ ଖୋଜି ରେ?

ଚିହ୍ନା-ବାଟ ଲାଗେ ଅଜଣା, ଭୁଲିଚି ମୁଁ ନିଜ ଠିକଣା
ସମ୍ପର୍କର ଏଇ ସହରେ ଲାଗେ ଆଜି ମୁଁ ବାଟବଣା
ଚିହ୍ନା-ବାଟ ଲାଗେ ଅଜଣା, ଭୁଲିଚି ମୁଁ ନିଜ ଠିକଣା
ସମ୍ପର୍କର ଏଇ ସହରେ ଲାଗେ ଆଜି ମୁଁ ବାଟବଣା

କୁହୁଡ଼ି ସାଥେ ତୋର ଅତୀତ ଯାଇଛି ତ ଭିଜିରେ
ସପନ ତୋର ଯାଇଛି ଭାଙ୍ଗି, କାଇଁ ତାକୁ ଖୋଜୁରେ?

ଯାଇଚି ତ ସେ ହଜି ରେ, ମନ, ପାରିବୁକି ତୁ ଖୋଜି ରେ?
(ପ୍ରିୟା) ଯାଇଚି ତ ସେ ହଜି ରେ, ମନ (ପ୍ରିୟା) ପାରିବୁକି ତୁ ଖୋଜି ରେ?



Credits
Writer(s): Devashis Moharana, Sushil Dalai
Lyrics powered by www.musixmatch.com

Link