Tu Phaguna Deshara Rani

ତୁ ଫଗୁଣ ଦେଶର ରାଣୀ
ମୁଁ ଫଗୁଣ ଦେଶର ରାଜା

ତୁ ଫଗୁଣ ଦେଶର ରାଣୀ
ମୁଁ ଫଗୁଣ ଦେଶର ରାଜା
ବହୁ ତତେ କରିବାକୁ ମୋ ପାଲିଙ୍କି ହେଇଛି ସଜା

ମୁଁ ଫଗୁଣ ଦେଶର ରାଣୀ
ତୁ ଫଗୁଣ ଦେଶର ରାଜା
ସାତଜନ୍ମ ରହିଥିବି, ମତେ ତୋ ପ୍ରେମରେ ଥରେ ଭିଜା

ତୁ ଅଳସି ନଦୀର ବନ୍ୟା
ମତେ ଦେଖି ଲାଜ କରୁ ସିନା
ସାଥୀ ତୋ ପାଇଁ ଜହ୍ନରେ ମୁଁ ତୋଳିଛି ଘର

ମୁଁ ପାଗଳ-ପାଗଳ ହେଲି, ପ୍ରିୟା, ପ୍ରେମରେ ତୋର
ହାଏ, ନିଜକୁ ହଜେଇ ଦେଲି, ପ୍ରିୟା, ପ୍ରେମରେ ତୋର
ତୁ ପାଗଳ-ପାଗଳ ହେଲୁ, ସାଥୀ, ପ୍ରେମରେ ମୋର
ମୁଁ ନିଜକୁ ହଜେଇ ଦେଲି, ସାଥୀ, ପ୍ରେମରେ ତୋର

ସଙ୍ଗୀତର ସାତସୁରେ ଗୀତଟେ ମୁଁ ଗାଉଛି
ଅଜାଣତେ ଦିନରାତି ତତେ ଖାଲି ଖୋଜୁଛି

ହୋ, ସଙ୍ଗୀତର ସାତସୁରେ ଗୀତଟେ ମୁଁ ଗାଉଛି
ଅଜାଣତେ ଦିନରାତି ତତେ ଖାଲି ଖୋଜୁଛି

ମନ ତୋର ଯାଯାବର ସତେ ଉଡ଼ା-ଚଢ଼େଇ
ଡ଼ରଲାଗେ କାଳେ ମତେ ନବୁ ଦୁରେ ଉଡ଼େଇ

ତୁ କଉ ରାଇଜର ପରୀ?
ସତେ ଲାଗୁ ସୁନା ଫୁଲଝରି
ମତେ ମାରିଦେଲା ପ୍ରିୟା ତୋର ମିଠା ନଜର

ତୁ ପାଗଳ-ପାଗଳ ହେଲୁ, ସାଥୀ, ପ୍ରେମରେ ମୋର
ମୁଁ ନିଜକୁ ହଜେଇ ଦେଲି, ସାଥୀ, ପ୍ରେମରେ ତୋର
ମୁଁ ପାଗଳ-ପାଗଳ ହେଲି, ହାଏ, ପ୍ରେମରେ ତୋର
ମୁଁ ନିଜକୁ ହଜେଇ ଦେଲି, ପ୍ରିୟା, ପ୍ରେମରେ ତୋର

ଭାରି ଦୁଷ୍ଟ ତୋ ନଜର, ଇଶାରାରେ କହୁଛି
ମତେ କାଳେ ମନେ-ମନେ ଭଲ ସିଏ ପାଉଛି

ହୋ, ଭାରି ଦୁଷ୍ଟ ତୋ ନଜର, ଇଶାରା ରେ କହୁଛି
ମତେ କାଳେ ମନେ-ମନେ ଭଲ ସିଏ ପାଉଛି

ଚେହେରା ତୋ ଅସୁମାରୀ, ମନ ତୋର ଚଗଲି
ମିଠା-ମିଠା କଥାରେ ତୋ दीवाना ମୁଁ ହେଇଗଲି

ତୁ ପାହାନ୍ତି କାକର ଟୋପା
ତତେ ଚାହିଁ ବସିଛି ମୁଁ ଏକା
ସାଥୀ ତୋ ବିନା ଅଧା-ଅଧା କାହାଣୀ ମୋର

ମୁଁ ପାଗଳ-ପାଗଳ ହେଲି, ପ୍ରିୟା, ପ୍ରେମରେ ତୋର
ନିଜକୁ ହଜେଇ ଦେଲି, ପ୍ରିୟା, ପ୍ରେମରେ ତୋର
ତୁ ପାଗଳ-ପାଗଳ ହେଲୁ, ସାଥୀ, ପ୍ରେମରେ ମୋର
ମୁଁ ନିଜକୁ ହଜେଇ ଦେଲି, ସାଥୀ, ପ୍ରେମରେ ତୋର



Credits
Writer(s): Chinmay Bibhun
Lyrics powered by www.musixmatch.com

Link