To Premare Thila Kete Chalana

ତୋ ପ୍ରେମରେ ଥିଲା ଏତେ ଛଳନା
ଜାଣି ପାରିଲାନି ମୋ ମନ ଜମା
ହୋ, ତୋ ପ୍ରେମରେ ଥିଲା ଏତେ ଛଳନା
ଜାଣି ପାରିଲାନି ମୋ ମନ ଜମା

ତୋ ହୃଦୟରେ ମତେ ଜାଗାଟେ ଦେଲୁ
କେଉଁ ଦୋଷେ ତୋଠୁ ଅଲଗା କଲୁ?

ଆଜି ବି ଖୋଜୁଛି ତତେ ଏ ନିରୀହ ମନ
ଭୁଲି ମୁଁ ପାରୁନି ସେହି ଆମ ପୁରୁଣା ଦିନ

ହୃଦୟରେ ତତେ ଦେଇଥିଲି ଜାଗା
ସପନ ରାଇଜେ ବାନ୍ଧିଥିଲି ବସା
ନିଜଠାରୁ ଭଲ ପାଉଥିଲି ତତେ
ହାତଧରି ଚାଲିଗଲୁ ଆଉ କାହା ହାତେ

ହୋ, ହୃଦୟରେ ତତେ ଦେଇଥିଲି ଜାଗା
ସପନ ରାଇଜେ ବାନ୍ଧିଥିଲି ବସା
ନିଜଠାରୁ ଭଲ ପାଉଥିଲି ତତେ
ହାତଧରି ଚାଲିଗଲୁ ଆଉ କାହା ହାତେ

ଆଜି ବି ଖୋଜୁଛି ତତେ ଏ ନିରୀହ ମନ
ଭୁଲି ମୁଁ ପାରୁନି ସେହି ଆମ ପୁରୁଣା ଦିନ

ତୋ ପ୍ରେମରେ ଥିଲା ଏତେ ମିଠା ଜହର
କଲବଲ କରି ମାରେ ହୃଦୟକୁ ମୋର
ମୋ ସାଥିରେ ବିତେଇଛୁ କେତେ ରାତିଦିନ
ଖୋଜିଲେ ବି ପାଇବୁନି ମୋ ପରି ଏ ମନ

ହୋ, ତୋ ପ୍ରେମରେ ଥିଲା ଏତେ ମିଠା ଜହର
କଲବଲ କରି ମାରେ ହୃଦୟକୁ ମୋର
ମୋ ସାଥିରେ ବିତେଇଛୁ କେତେ ରାତିଦିନ
ଖୋଜିଲେ ବି ପାଇବୁନି ମୋ ପରି ଏ ମନ

ଆଜି ବି ଖୋଜୁଛି ତତେ ଏ ନିରୀହ ମନ
ଭୁଲି ମୁଁ ପାରୁନି ସେହି ଆମ ପୁରୁଣା ଦିନ
ଆଜି ବି ଖୋଜୁଛି ତତେ ଏ ନିରୀହ ମନ
ଭୁଲି ମୁଁ ପାରୁନି ସେହି ଆମ ପୁରୁଣା ଦିନ



Credits
Writer(s): Jayant Beuria, Palak Aju, Sai Lakhan
Lyrics powered by www.musixmatch.com

Link