Ahe Daya Maya Biswabihari

ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟାବହି ମୋର ଗୁହାରି

ଜଳ ସ୍ଥଳ ବନ ଗିରି ଆକାଶ
ତୁମ ଲୀଳା ସବୁଠାରେ ପ୍ରକାଶ

ତୁମେ ଶୁଭ ବୁଦ୍ଧି ପରା ଶିଖାଅ
ମୋତେ ଭଲ ବାଟ ପରା ଦେଖାଅ

ମୋର କାମକୁ କରାଅ ସରସ
ମୋର ମୁଖେ ଦିଅ ଚିର ହରଷ

ମୋତେ ଖଳ ଅଳସୁଆ ନିକଟେ
ନିଅ ନାହିଁ ସୁଖେ ଅବା ସଙ୍କଟେ

ଦୁଃଖୁ ଅରକ୍ଷିତ ସେବା କାରଣେ
ବଳ ଦିଅ ମୋର କର ଚଣେ

ତୁମ ଚରଣରେ ମୋର ଭକତି
ଦିଅ ବିପଦେ ସାହସ ଶକତି

କୁଟ କପଟ ସ୍ବଭାବ ଯାହାର
ତାଙ୍କୁ ଦୂରୁ ମୁଁ କରଇ ଜୁହାର

ମୋତେ ନମିଶାଅ ତାଙ୍କ ସାଥିରେ
ସଦା ରଖ ସାଧୁଜନ କତିରେ

ଦୟା ବିନୟ ହେଉ ମୋ ଭୂଷଣ
କାହା ମନେ ନ ଦିଏ ମୁଁ କଷଣ

ସତ କହିବାକୁ କିଆଁ ଡରିବି
ସତ କହି ପଛେ ମଲେ ମରିବି

ମୋତେ ଏତିକି ଶିଖାଅ ସାଇଁ ହେ
ମୋର ଧନ ଜନ ଲୋଡା ନାହିଁ ହେ



Credits
Writer(s): Sanjay Sahoo
Lyrics powered by www.musixmatch.com

Link