Dukha Sathe Mu

ଦୁଃଖ ସାଥେ ମୁଁ ବନ୍ଧୁ ବାନ୍ଧିଲି
ଲୁହକୁ ମୋର ନିଜର କଲି
ହୋ, ଦୁଃଖ ସାଥେ ମୁଁ ବନ୍ଧୁ ବାନ୍ଧିଲି
ଲୁହକୁ ମୋର ନିଜର କଲି

ମୋର ଚଲାପଥେ ଫୁଲ ଥାଇ ପାଖେ
କାଇଁ କଣ୍ଟା ମୁଁ ବାଛି ନେଲି? ହୋ

ସୁଖରେ ଟିକେ ରହିବି ବୋଲି
ତତେ କାଇଁ ମୁଁ ଭରସା କଲି?

ହସୁ-ହସୁ ପୁଣି ମୁଁ କି ଭାବିଥିଲି?
ତୁ କନ୍ଦେଇ ଦବୁ ବୋଲି, ହୋ

ଦୁଃଖ ସାଥେ ମୁଁ ବନ୍ଧୁ ବାନ୍ଧିଲି
ଲୁହକୁ ମୋର ନିଜର କଲି

ସପନ ଦିନେ ହସେଇ ଥିଲା
ସତ କନ୍ଦେଇ ଦେଲା
ଆଜି ମୋ ପାଇଁକି ଭଲ ପାଇବାଟା
ଅଭିଶାପ ହେଇଗଲା

ହୋ, ସବୁ ଦୁଃଖକୁ ସାଇତି ନେଲି
ମୁହଁକୁ ତୋର ଚାହିଁ
ସେଇଥି ପାଇଁ ମୋ ପ୍ରେମର ନଉକା
ପାରିଲାନି କୂଳ ଛୁଇଁ
ପାରିଲାନି କୂଳ ଛୁଇଁ

ତୁ ବି ଥିଲୁ, ମୁଁ ବି ଥିଲି
ପାରିଲି ନାହିଁ ଦି ପାଦ ଚାଲି
ସବୁ ଜାଣିଶୁଣି, କାହିଁକି କେଜାଣି?
ଜିତା ବାଜି ମୁଁ ହାରିଗଲି, ହୋ

ସୁଖରେ ଟିକେ ରହିବି ବୋଲି
ତତେ କାଇଁ ମୁଁ ଭରସା କଲି?

ବାନ୍ଧିଲି ସିନା ଡୋରି ତୋ ସାଥେ
ସାତ ଜନମ ପାଇଁ
ତୋ ହାତ ଛୁଇଁଲା, ମୋ ମଥା ପହେଲି
ସିନ୍ଦୁର ଲାଗିଲା ନାହିଁ

ହୋ, କିଛି ପ୍ରେମ ତ ଆରମ୍ଭ ହୁଏ
ସୁନାର ଭାଗ୍ୟ ନେଇ
କିଛି ପ୍ରେମ ପୁଣି सुरु ହୁଏ ଏଠି
ନୀରବେ ଜଳିବା ପାଇଁ
ନୀରବେ ଜଳିବା ପାଇଁ

ମନେ ରଖିଥା, ଏତିକି ଖାଲି
ତୁ ମୋର ଆଜି
ତୁ ମୋର କାଲି

ଯେତେ କନ୍ଦା ପଛେ
ତଥାପି ମୁଁ ତତେ
କେବେ ପାରିବି ନାହିଁ ଭୁଲି, ହୋ

ଦୁଃଖ ସାଥେ ମୁଁ ବନ୍ଧୁ ବାନ୍ଧିଲି
ଲୁହକୁ ମୋର ନିଜର କଲି



Credits
Writer(s): Abhijit Majumdar
Lyrics powered by www.musixmatch.com

Link