Kahapada Sabadare

ହୁଁ, ହୁଁ, ଉହୁଁ
ଏହେ, ହେ, ଓହୋ
ଓହୋ-ହୋ, ଲାଲା-ଲା
ହୋ-ହୋ, ଓହୋ

କାହା ପାଦ ଶବଦରେ
କାହା ପାଦ ଶବଦରେ ନିଦ
ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା

କାହା ପାଦ ଶବଦରେ
କାହା ପାଦ ଶବଦରେ ନିଦ
ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା

ମଳୟ ବହିଲା, ମଳୟ ବହିଲା
ପ୍ରିୟା ମୋ ଆସିଲା
ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା

କାହା ପାଦ ଶବଦରେ ନିଦ ଭାଙ୍ଗିଗଲା

ଛାଇ ନିଦେ ଶୋଇ ଶୋଇ ଦେଖୁଥିଲି ସପନ
ଚିହ୍ନା ଚିହ୍ନା ବାସ୍ନା ଦେଇ ଛୁଇଁ ଦେଲା ପବନ
ଛାଇ ନିଦେ ଶୋଇ ଶୋଇ ଦେଖୁଥିଲି ସପନ
ଚିହ୍ନା ଚିହ୍ନା ବାସ୍ନା ଦେଇ ଛୁଇଁ ଦେଲା ପବନ

ଗୋଲାପ ଫୁଟିଲା, ଗୋଲାପ ଫୁଟିଲା
ପ୍ରିୟା ମୋ ଆସିଲା
ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା

କାହା ପାଦ ଶବଦରେ ନିଦ ଭାଙ୍ଗିଗଲା

ପାଦ ଥାପି ଧୀରେ ଧୀରେ ଏଇ ଝରା ପଦରେ
ମିଠା ମିଠା ସୁର କିଏ ଭରିଦେଲା କାନରେ?
ପାଦ ଥାପି ଧୀରେ ଧୀରେ ଏଇ ଝରା ପଦରେ
ମିଠା ମିଠା ସୁର କିଏ ଭରିଦେଲା କାନରେ?

ବସନ୍ତ ଆସିଲା, ବସନ୍ତ ଆସିଲା
ପ୍ରିୟା ମୋ ଆସିଲା
ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା

କାହା ପାଦ ଶବଦରେ
କାହା ପାଦ ଶବଦରେ ନିଦ
ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା

ମଳୟ ବହିଲା, ମଳୟ ବହିଲା
ପ୍ରିୟା ମୋ ଆସିଲା
ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା
ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା



Credits
Writer(s): Abhijit Majumdar
Lyrics powered by www.musixmatch.com

Link