Kaha Chhabi

କାହା ଛବି ଦେଖୁଥିଲି?
ସପନରେ ଦିନେ ହଜି

ତା ଚେହେରା ଚିହ୍ନା ଚିହ୍ନା
ସତ ନା ସେ ମୋ ଭାବନା

ଯାହା ଛବି ସାଇତିଲି
ମନ ଫରୁଆରେ ବୁଜି

ଲାଗେ ଭାରି ଜଣାଶୁଣା
ନା ସତ ସେ ନା ଭାବନା

ଆଖି ଆଖିରେ ପ୍ରେମ ହୁଏ ବୋଲି
ଗପ ବହିରେ ଦିନେ ମୁଁ ପଢ଼ିଥିଲି
ଗପ ସତ ହୁଏ କି? କୁହନା

ସତ ନା ସେ ମୋ ଭାବନା
ନା ସତ ସେ ନା ଭାବନା

ହା, ସେମିତି ନୁହେଁ ସେ ଜମା
ଯେମିତି ଚାହେଁ ଦୁନିଆଁ
ତା ପରି ଖାଲି ସିଏ

ହଁ, ଏମିତି ଅଲଗା କିଛି ଜାଣି ତା ପାଖରେ ଅଛି
ଯାହାକୁ ହୃଦୟ ଚାହେଁ

ମନ ଚାହେଁ ମୋର ଦେଖିବାକୁ ଖାଲି
ଦେଖୁ ଦେଖୁ ତାକୁ ଯାଏ ସବୁ ଭୁଲି

କଥା କଥାରେ ପ୍ରେମ ହୁଏ ବୋଲି
Radio ରେ ମୁଁ ଦିନେ ଶୁଣିଥିଲି
କଥା ସତ ହୁଏ କି? କୁହନା

ସତ ନା ସେ ମୋ ଭାବନା
ନା ସତ ସେ ନା ଭାବନା

ଏମିତିଆ ମନ ଟିଏ
କେମିତି ପାଇଲା ସିଏ?
କଥାରୁ ଅତର ଝରେ

ହଁ, ଆଇନା ଆଗରେ ସିଏ
କାହାକୁ ଦେଖୁଛି କିଏ
ଆଇନା ଲାଜରେ ମରେ

ଯେବେଠାରୁ ଏକା ମୋ ମନ ଏମିତି
ହେଇପାରିବି କି ପ୍ରଥମ ଅତିଥି?

ମନ ମନରେ ପ୍ରେମ ହୁଏ ବୋଲି
Cinema ରେ ଦିନେ ମୁଁ ଦେଖିଥିଲି
କୁହ ସତ ହୁଏ କି Cinema?

ନା ସତ ସେ ନା ଭାବନା
ନା ସତ ସେ ନା ଭାବନା

କାହା ଛବି ଦେଖୁଥିଲି?
ସପନରେ ଦିନେ ହଜି

ତା ଚେହେରା ଚିହ୍ନା ଚିହ୍ନା
ସତ ନା ସେ ମୋ ଭାବନା

ଯାହା ଛବି ସାଇତିଲି
ମନ ଫରୁଆରେ ବୁଜି

ଲାଗେ ଭାରି ଜଣାଶୁଣା
ନା ସତ ସେ ନା ଭାବନା

ନାନା-ନା-ନା
ଆହା-ହା
ନାନା-ନାନ-ନା, ନା-ନା



Credits
Writer(s): Bapu Goswami, Goodly Rath
Lyrics powered by www.musixmatch.com

Link