Nahin Mo Pade Aji

ଯୁଯୁ, ଯୁ-ଯୁ-ଯୁ, ଯୁଯୁଯୁ
ଯୁଯୁ, ଯୁ-ଯୁଯୁ-ଯୁ
ଯୁଯୁ, ଯୁ-ଯୁ-ଯୁ, ଯୁଯୁଯୁ
ଯୁଯୁ, ଯୁ-ଯୁଯୁ-ଯୁ

ନାହିଁ ମୋ ପାଦେ ଆଜି ନୂପୁର
ରୁମ୍ ଝୁମ୍ ଶୁଭେ ଏ କାହା ସୁର?
ନାହିଁ ମୋ ପାଦେ ଆଜି ନୂପୁର
ରୁମ୍ ଝୁମ୍ ଶୁଭେ ଏ କାହା ସୁର?

ଜାଣେନା କେ କଲା କିମିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ

ନାହିଁ ମୋ ପାଦେ ଆଜି ନୂପୁର
ରୁମ୍ ଝୁମ୍ ଶୁଭେ ଏ କାହା ସୁର?

ଜାଣେନା କେ କଲା କିମିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ

ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି
ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି
ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି
ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି

ମୋ ନିଜ ଛବି ଦେଖି ଓ
ମୋ ନିଜ ଛବି ଦେଖି, ପଚାରେ ନିଜେ ଆଜି
କରିଛି କେ ମତେ କିମିଆଁ?
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ

ମୁଁ କହିନି ତାରାକୁ ମୋ ମନ କଥା ଖୋଲି
ଏ ତାରା ସେ ତାରାକୁ ହାଏ କହିଦେବ ବୋଲି
ମୁଁ କହିନି ତାରାକୁ ମୋ ମନ କଥା ଖୋଲି
ଏ ତାରା ସେ ତାରାକୁ ହାଏ କହିଦେବ ବୋଲି

ସେ ତାରା କହେ ହସି ଓ
ସେ ତାରା କହେ ହସି, "ମୁଁ ମାନିନୀ ରୂପସୀ"
ତୁହିତ କରିଛୁ କିମିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ

ନାହିଁ ମୋ ପାଦେ ଆଜି ନୂପୁର
ରୁମ୍ ଝୁମ୍ ଶୁଭେ ଏ କାହା ସୁର?
ଜାଣେନା କେ କଲା କିମିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ

ନାହିଁ ମୋ ପାଦେ ଆଜି ନୂପୁର
ରୁମ୍ ଝୁମ୍ ଶୁଭେ ଏ କାହା ସୁର?
ଜାଣେନା କେ କଲା କିମିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ



Credits
Writer(s): Nizamuddin Nizamuddin, Pattniak Saroj
Lyrics powered by www.musixmatch.com

Link