Chhota Mora Gaanti

ଛୋଟ ମୋର ଗାଁ ଟି
ଛୋଟ ମୋର ଗାଁ ଟି

ଭୂଗୋଳ ପୋଥି ପତରେ ପଛେ
ଭୂଗୋଳ ପୋଥି ପତରେ ପଛେ
ନଥାଉ ତାର ନାଁ ଟି

ଛୋଟ ମୋର ଗାଁ ଟି
ଛୋଟ ମୋର ଗାଁ ଟି

ମାଟିର ସେଇ ସରଗ ମୋର
ସେଇଠି ଅଛି ମୋ ଷଠିଘର
ମାଟିର ସେଇ ସରଗ ମୋର
ସେଇଠି ଅଛି ମୋ ଷଠିଘର

ଜଳିବ ପୁଣି ସେଇଠି ଶେଷେ
ଜଳିବ ପୁଣି ସେଇଠି ଶେଷେ
ମୋହରି ଚିତା ନିଆଁ ଟି

ଛୋଟ ମୋର ଗାଁ ଟି
ଛୋଟ ମୋର ଗାଁ ଟି

ତାହାରି ଲଟା, ତାହାରି ବଣ
ତା ଗାଈଗୋଠ, ମୁରଲୀ ସୋନ
ତାହାରି ଲଟା, ତାହାରି ବଣ
ତା ଗାଈଗୋଠ, ମୁରଲୀ ସ୍ଵନ

ଫସଲ କଟା, ମଧୁର ଗାନ
ଫସଲ କଟା, ମଧୁର ଗାନ
ସକଳ ମୋର ସାହା ଟି

ଛୋଟ ମୋର ଗାଁ ଟି
ଛୋଟ ମୋର ଗାଁ ଟି

ସେ ସବୁ କଥା ଛବିଟି ପରି
ପ୍ରବାସେ ମନେ ଉଠଇ ଝରି
ସେ ସବୁ କଥା ଛବିଟି ପରି
ପ୍ରବାସେ ମନେ ଉଠଇ ଝରି

ଇଚ୍ଛା ହୁଏ ମାଟିରେ ତାର
ଇଚ୍ଛା ହୁଏ ମାଟିରେ ତାର
ଶୀରଟି ଥରେ ନୁଆନ୍ତି

ଛୋଟ ମୋର ଗାଁ ଟି
ଛୋଟ ମୋର ଗାଁ ଟି

ଭୂଗୋଳ ପୋଥି ପତରେ ପଛେ
ଭୂଗୋଳ ପୋଥି ପତରେ ପଛେ
ନଥାଉ ତାର ନାଁ ଟି

ଛୋଟ ମୋର ଗାଁ ଟି
ଛୋଟ ମୋର ଗାଁ ଟି
ଛୋଟ ମୋର ଗାଁ ଟି
ଛୋଟ ମୋର ଗାଁ ଟି



Credits
Writer(s): Kudalkar Laxmikant, Pyarelal Lakshmikant
Lyrics powered by www.musixmatch.com

Link