Majhire Sesha Srabana

ମାଝୀରେ
ଶେଷ ଶ୍ରାବଣ, ପୂରୁବ ପବନ ବହି ଯାଏ, ମାଝୀରେ
ଝୁରେ ରାଇ ପରାଣ
ମାଝୀରେ
ଶ୍ୟାମକି ବୁଝେ ତା ମନ
ଝୁରେ ରାଇ ପରାଣ
ମାଝୀରେ

ବୃନ୍ଦାବନେ କଳାକାହ୍ନୁ ଖେଳ ଦେଖି ରାଧା ହେଲା ବାଇ
ଆପଣାର ବୋଲି ଭାବି ମନେ-ମନେ ସେଯେ ଗଲା ଧାଇଁ
କହରେ ମାଝୀ କିଏବା ଆଜି ବୁଝେ ତାର ମନ
ଭଲାବିହି ହେଲା ବାମ
ମାଝୀରେ

ଜାଣେନା ସେ କିଏ ପର ଏଠି ପୁଣି ଆପଣାର
କିଏ ତାର ପରବାସ ପୁଣି କାହିଁ ଅବା ନିଜ ଘର
କହରେ ମାଝୀ କିଏବା ଆଜି ବୁଝେ ତାର ମନ
ଭଲାବିହି ହେଲା ବାମ

ଶ୍ୟାମ କି ବୁଝେ ତା ମନ ଝୁରେ
ମାଝୀରେ
ଶେଷ ଶ୍ରାବଣ, ପୂରୁବ ପବନ ବହି ଯାଏ, ମାଝୀରେ
ଝୁରେ ରାଇ ପରାଣ
ମାଝୀରେ



Credits
Writer(s): Kar Prafulla
Lyrics powered by www.musixmatch.com

Link