Eka To Bhakata Jibana

ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ

ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ, ଶଙ୍ଖ ଚକ୍ରେ ଚିହ୍ନ

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ

ଭକତ ତୋ ମାତା-ପିତା, ଭକତ ତୋ ବନ୍ଧୁ
ଭକତ ତୋ ମାତା-ପିତା, ଭକତ ତୋ ବନ୍ଧୁ

ଭକତ ହିତରେ ତୋର ନାମ କୃପାସିନ୍ଧୁ, ନାମ କୃପାସିନ୍ଧୁ

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ

ଧେନୁ ପଛେ-ପଛେ ବତ୍ସା ଗମେ କ୍ଷୀର ଲୋଭେ
ଧେନୁ ପଛେ-ପଛେ ବତ୍ସା ଗମେ କ୍ଷୀର ଲୋଭେ

ଭକତ ପଛରେ ତୁହି ଥାଉ ସେହି ଭାବେ, ଥାଉ ସେହି ଭାବେ

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ

ବାପ ମୋ ମୋଗଲ ପୁଅ, ମାଆ ମୋ ବ୍ରାହ୍ମଣୀ
ବାପ ମୋ ମୋଗଲ ପୁଅ, ମାଆ ମୋ ବ୍ରାହ୍ମଣୀ

ଏ କୁଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି, ନ ଖାଏ ମୋ ପାଣି

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ

କହେ ସାଲବେଗ ହୀନ ଜାତିରେ ଯବନ
କହେ ସାଲବେଗ ହୀନ ଜାତିରେ ଯବନ

ଶ୍ରୀରଙ୍ଗା ଚରଣ ବିନୁ ନ ଜାଣଇ ଆନ, ନ ଜାଣଇ ଆନ

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ

ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ, ଶଙ୍ଖ ଚକ୍ରେ ଚିହ୍ନ

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ



Credits
Writer(s): Salabega, Traditional
Lyrics powered by www.musixmatch.com

Link