Sei Sorisa Phulara

ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ-ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ-ଧାରେ ଗାଉଥିଲି ଗୀତ

ମୋର ହଳଦୀ ରଙ୍ଗ ଓଢ଼ଣୀ, ପୁଣି ହଳଦୀ ମଖା ଦେହ
ସିଏ ଭାବିଲା ଝିଅ ନୁହେଁ ମୁଁ, ଏକ ହଳଦୀ ବସନ୍ତ

ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ-ଧାରେ ଗାଉଥିଲି ଗୀତ (ଗାଉଥିଲି ଗୀତ, ଗାଉଥିଲି ଗୀତ)

ହାଏରେ, ଏମିତି କାହିଁ ସିଏ ଚାହେଁ ରେ?
ମନରେ କିଛି-କିଛି ହୁଏ ରେ
ଜାଣେନା କାଇଁ ମୋ ମନ ଝୁମି ଯାଏ ରେ
କାଇଁ ମୁଁ ଛାଇ ପଛେ ଧାଏଁ ରେ?

ତାର ହସିବା, ତାର ଚାହିଁବା
ତୋଳେ ମନରେ ସଙ୍ଗୀତ
ଲାଗେ ଏମିତି, ସତେ ଯେମିତି
ଫେରି ଆସିଛି ବସନ୍ତ

ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ-ଧାରେ ଗାଉଥିଲି ଗୀତ (ଗାଉଥିଲି ଗୀତ, ଗାଉଥିଲି ଗୀତ)

କିଏ ରେ ଛୁଆଇଁ ଦେଲା ପ୍ରୀତି କାଉଁରୀ?
ମଳୟ ଖେଳେ ଚକା ଭଉଁରୀ
ମୟୁରୀ, କହେ ରେ ମୋ ମନର ମୟୂରୀ
ଆସିଛି ପରଦେଶୀ ଶିକାରୀ

ମୋର ଆଖିରେ ଆଖି ମିଶାଇ ଶର ମାରିବ ସିଏ ତ
ମନ ଦରଜ ନୁହେଁ ସହଜ, କିଏ ସହିବ କହତ

ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ-ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ-ଧାରେ ଗାଉଥିଲି ଗୀତ

ମୋର ହଳଦୀ ରଙ୍ଗ ଓଢ଼ଣୀ, ପୁଣି ହଳଦୀ ମଖା ଦେହ
ସିଏ ଭାବିଲା ଝିଅ ନୁହେଁ ମୁଁ, ଏକ ହଳଦୀ ବସନ୍ତ

ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ-ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ-ଧାରେ ଗାଉଥିଲି ଗୀତ (ଗାଉଥିଲି ଗୀତ, ଗାଉଥିଲି ଗୀତ)



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link