Nauria Kadi Dey Padi

ନାଉରିଆ...
ନାଉରିଆ ରେ

କରିଦେ ପାରି ରେ, କରି ଦେ ପାରି
କାଳିଆ ବଉଦ ଆସେ
କାଳିଆ ବଉଦ ଆସେ, ବିଜୁଳି ମାରି ରେ
କରିଦେ ପାରି ରେ, କରିଦେ ପାରି

ପାଣିତ କଳା ଭଅଁର
ଚାହିଁଲେ ମାଡ଼ୁଛି ଡର ରେ
ପାଣିତ କଳା ଭଅଁର
ଚାହିଁଲେ ମାଡ଼ୁଛି ଡର
ଭଣ୍ଡି ନ ଦିଅ ତୁ ଆଉ
ଭଣ୍ଡି ନ ଦିଅ ତୁ ଆଉ କେତେବେଳେ ପର କରି
କରିଦେ ପାରି ରେ, କରିଦେ ପାରି

ପାରିମୂଲ ଦେବା ପାଇଁ
କଡ଼ାଏ କଉଡ଼ି ନାହିଁ ରେ
ପାରିମୂଲ ଦେବା ପାଇଁ
କଡ଼ାଏ କଉଡ଼ି ନାହିଁ
କବିଚନ୍ଦ୍ର କହେଯାଇ, ସୁଝିବି ତୋ ସେବା କରି
କରିଦେ ପାରି ରେ, କରିଦେ ପାରି
ନାଉରିଆ ରେ...
କରିଦେ ପାରି, କରିଦେ ପାରି, କରିଦେ ପାରି



Credits
Writer(s): Bhikari Bal, Dr Kalicharan Patanaik
Lyrics powered by www.musixmatch.com

Link