Sharana Golire Murali

(ବନମାଳୀ— ରାଗ ମଙ୍ଗଳ କାମୋଦୀ, ଯତି)
ମୁରଲୀ ତୋରେ ଶରଣ ଗଲି ରେ ମୁରଲୀ
ଦିନେ ନ ଡାକିବୁ ରାଧିକା ବୋଲି ରେ । ଘୋଷା ।

ସେ ନନ୍ଦସୁତ ମୁଁ ରାଜକୁମାରୀ
ବଂଶୀ ଦେଲୁ ସିନା ପରତେ କରି ରେ । ୧ ।

ଲୁଚି ଲୁଚି ଯାଏ ସଖୀ ସଙ୍ଗତେ
କି ଘେନି ଚିହ୍ନିଲୁ ମୁରଲୀ ମୋତେ ରେ । ୨ ।

ଜାତି ତୋର କଣ୍ଟା ବାଉଁଶ ଖଣ୍ଡ
ଧ୍ୱନି ସଙ୍ଗେ ଥାଇ ପଞ୍ଚମ କାଣ୍ଡ ରେ । ୩ ।

କୃଷ୍ଣ ହସ୍ତୁ ତୋତେ କେ ଦ୍ୟନ୍ତା ମୋତେ
ଭସାଇ ଦିଅନ୍ତି ଯମୁନା ସ୍ରୋତେ ରେ । ୪ ।

ମୁରଲୀ ରେ ତୋର ଏଡ଼େ ବଡ଼ାଇ
ପତିବ୍ରତା ଦମ୍ଭ ଦେଉ ଛଡ଼ାଇ ରେ । ୫ ।

ବନମାଳୀ ବୋଲେ ଯୋଡ଼ିଣ କର
ମୁରଲୀଟି ଦୂତୀ ସିନା ତୁମ୍ଭର ରେ । ୬ ।



Credits
Writer(s): Traditional, Balkrishna Das
Lyrics powered by www.musixmatch.com

Link