Deunchi Mo Baan

ଡ଼େଉଁଛି ମୋ ବାଆଁ ଆଖି
ଆଜି କିଏ ଆସିବ କି?
ଡ଼େଉଁଛି ମୋ ବାଆଁ ଆଖି
ଆଜି କିଏ ଆସିବ କି?

ସକାଳୁ-ସକାଳୁ କୁହ କିଆଁ

କାଉ ରାବେ କା', କା', କା'
କାଉ ରାବେ କା', କା', କା'

ମୁଠାଏ ଚାଉଳ ନେଇ
ଅଗଣାରେ ଦେଲି ଥୋଇ
ମୁଠାଏ ଚାଉଳ ନେଇ
ଅଗଣାରେ ଦେଲି ଥୋଇ

କହିଲି ଖାଇବୁ ଯଦି ଖା'

ନହେଲେ ତୁ ଯା', ଯା', ଯା'
ନହେଲେ ତୁ ଯା', ଯା', ଯା'

ମଥା ନଛୁଇଁ ଖରା ପଡ଼ିଲା
ଚାହିଁଲି ମୁଁ ଝରକାରେ
ଭାବିଲି ମନେ ସିଏ ନ ଆସୁ
ଚିଠି ତାର ଆସିପାରେ

ମଥା ନଛୁଇଁ ଖରା ପଡ଼ିଲା
ଚାହିଁଲି ମୁଁ ଝରକାରେ
ଭାବିଲି ମନେ ସିଏ ନ ଆସୁ
ଚିଠି ତାର ଆସିପାରେ

ଡ଼ାକବାଲା ଡ଼ାକ ଦେଲା
ଛନ-ଛନ ମନ ହେଲା
ହଁ, ଡ଼ାକବାଲା ଡ଼ାକ ଦେଲା
ଛନ-ଛନ ମନ ହେଲା

କହ ରେ, "ଚିଠି ଆସିଛି କି ନା?"

କହିଲା ସେ ନା, ନା, ନା
କହିଲା ସେ ନା, ନା, ନା

ମନକୁ ମାରି ବସିଲି ଯାଇ
ଗାଁ ଆମ୍ବ ତୋଟା ମାଳେ
ବଉଳ ଆସି କହିଲା କାନେ
ଆସିଛନ୍ତି ସିଏ କାଳେ

ମନକୁ ମାରି ବସିଲି ଯାଇ
ଗାଁ ଆମ୍ବ ତୋଟା ମାଳେ
ବଉଳ ଆସି କହିଲା କାନେ
ଆସିଛନ୍ତି ସିଏ କାଳେ

ମନ ହେଲା ଧକ-ଧକ
ସତ ହେଲା କାଉ ଡ଼ାକ
ହଁ, ମନ ହେଲା ଧକ-ଧକ
ସତ ହେଲା କାଉ ଡ଼ାକ

ରାବୁ ପଛେ ସିଏ ଯେତେ କା'-କା'

କହିବିନି ଯା', ଯା', ଯା'
କହିବିନି ଯା', ଯା', ଯା'

ଡ଼େଉଁଛି ମୋ ବାଆଁ ଆଖି
ଆଜି କିଏ ଆସିବ କି?
ଡ଼େଉଁଛି ମୋ ବାଆଁ ଆଖି
ଆଜି କିଏ ଆସିବ କି?

ସକାଳୁ-ସକାଳୁ କୁହ କିଆଁ

କାଉ ରାବେ କା' କା', କା'
କାଉ ରାବେ କା', କା', କା'

ମୁଠାଏ ଚାଉଳ ନେଇ
ଅଗଣାରେ ଦେଲି ଥୋଇ
ହାଁ, ମୁଠାଏ ଚାଉଳ ନେଇ
ଅଗଣାରେ ଦେଲି ଥୋଇ

କହିଲି ଖାଇବୁ ଯଦି ଖା'

ନହେଲେ ତୁ ଯା', ଯା', ଯା'
ନହେଲେ ତୁ ଯା', ଯା', ଯା'



Credits
Writer(s): Nizamuddin Nizamuddin, Khosla Santiraj
Lyrics powered by www.musixmatch.com

Link