Mo Manara Chalapathe (Male Version)

ଲାଗୁଅଛି ଆଜି ମୋତେ, ଆସିଛ ତୁମେ କି ସତେ
କେଉଁ ଏକ ସରଗ ପରୀ? କେଉଁ ଏକ ସରଗ ପରୀ?
ଲାଖିଯାଏ ମୋ ଆଖି ପଲକ ପଡୁନି ଦେଖି
କି ଯାଦୁ ରହିଛି ଭରି? କେଉଁ ଏକ ସରଗ ପରୀ?

ତୁମରି ଭରା ଚାହାଣି, କହୁଛି କେତେ କାହାଣୀ
ଏବେ ମୁଁ ଭାବି ପାରୁନି କେମିତି ପାରିବି ଜିଣି?
ହୋ, ତୁମରି ଭରା ଚାହାଣି, କହୁଛି କେତେ କାହାଣୀ
ଏବେ ମୁଁ ଭାବି ପାରୁନି କେମିତି ପାରିବି ଜିଣି?

ପରୀ ରାଇଜରୁ ଉଡ଼ି-ଉଡ଼ି ଆସି, ମୋ ମନ କଲ ଚୋରି

କେଉଁ ଏକ ସରଗ ପରୀ? କେଉଁ ଏକ ସରଗ ପରୀ?

ହୋ, ତୁମରି ଲାଜୁଆ ମୁହଁ, ମନକୁ କରେ ଅଥୟ
ଖାଲି ଥିଲା ଏ ହୃଦୟ, ଭରିଲା ରୂପର ମୋହ
ତୁମରି ଲାଜୁଆ ମୁହଁ, ମନକୁ କରେ ଅଥୟ
ଖାଲି ଥିଲା ଏ ହୃଦୟ, ଭରିଲା ରୂପର ମୋହ

ଆକାଶର ଶଶି ଏ ଧରାକୁ ଆସି, କଲ ମୋ ମନ ଚୋରି

କେଉଁ ଏକ ସରଗ ପରୀ? କେଉଁ ଏକ ସରଗ ପରୀ?

ଲାଗୁଅଛି ଆଜି ମୋତେ, ଆସିଛ ତୁମେ କି ସତେ
କେଉଁ ଏକ ସରଗ ପରୀ? କେଉଁ ଏକ ସରଗ ପରୀ?
ଲାଖିଯାଏ ମୋ ଆଖି ପଲକ ପଡୁନି ଦେଖି
କି ଯାଦୁ ରହିଛି ଭରି? କି ଯାଦୁ ରହିଛି ଭରି?
କେଉଁ ଏକ ସରଗ ପରୀ? କେଉଁ ଏକ ସରଗ ପରୀ?



Credits
Writer(s): Sailendra Patra
Lyrics powered by www.musixmatch.com

Link