Thila Kete Asa

ଆ-ଆ-ଆ
(ପ୍ରିୟା)

ଥିଲା କେତେ ଆଶା
ବାନ୍ଧିବାକୁ ବସା
ଝଡ ଆସିଗଲା ଅଧାରେ

ସତରେ, ସତରେ, ସତରେ.
ହୋ-ଓ, ସତରେ, ସତରେ, ସତରେ

ତୁ ଗାଇଲୁ ପଦେ, ମୁଁ ଗାଇଲି ପଦେ
ଗୀତ ରହିଗଲା ଅଧାରେ

ସତରେ, ସତରେ, ସତରେ.
ହୋ-ଓ, ସତରେ, ସତରେ, ସତରେ

ଆ-ଆ
(ପ୍ରିୟା, ପ୍ରିୟା, ପ୍ରିୟା)

ଥିଲି ମୁଁ ଝରଣା, ତୋ ପାଇଁ ହେଲି ମୁଁ ନଈ
ଗଲି ବୋହି ବୋହି
ତୁ ହେଲୁ ସାଗର, ଢ଼େଉ ସବୁ ତୋର ମୋତେ
ଦବାପାଇଁ ଛୁଇଁ

ବରଷା ବି ଥିଲା, ବଉଦ ବି ଥିଲା
ନଈ ଶୁଖିଗଲା ଅଧାରେ

ସତରେ, ସତରେ, ସତରେ.
ହୋ-ଓ, ସତରେ, ସତରେ, ସତରେ

(ପ୍ରିୟା)

ଥିଲା ତୋ ସିନ୍ଦୁର ହେଲେ ସେ ନଥିଲା ଏଇ
କପାଳରେ ମୋର
ତୋ ଛାତି ରକତ ମୋ ପାଦରେ ହେଲା ଆଜି
ଅଳତାର ଗାର

ତୋ ଘର ଏରୁଣ୍ଡି ଡେଇଁବା ଆଗରୁ
ପାଦ ରହିଗଲା ଅଧାରେ

ସତରେ, ସତରେ, ସତରେ.
ହୋ-ଓ, ସତରେ, ସତରେ, ସତରେ

ହୁଁ ହୁଁ-ହୁଁ ହୁଁ-ହୁଁ ହୁଁ

(ପ୍ରିୟା)



Credits
Writer(s): Prem Anand
Lyrics powered by www.musixmatch.com

Link