Bajare Shankhua

(ଧିନ୍-ଧିନାକ-ଧିନ୍, ଧିନାକ-ଧିନ୍, ଧିନ୍-ଧିନାକ-ଧିନ୍)
(ଧିନ୍-ଧିନାକ-ଧିନ୍, ଧିନାକ-ଧିନ୍, ଧିନ୍-ଧିନାକ-ଧିନ୍)

ବଜା ରେ ଶଙ୍ଖୁଆ ବଜା ରେ ବଜା
ପଇଡ଼ କଳସୀ ଦୁଆର ସଜା
ବଜା ରେ ତେଲିଙ୍ଗି ବଜା ରେ ବଜା
କାଲିକି ନଥିବ ଆଜିକା ମଜା

ଅଳତା ପିନ୍ଧାଅ, ହଳଦୀ ଲଗାଅ
ଚନ୍ଦନ ଲଗାଅ, ଚୁଡ଼ିକି ପିନ୍ଧାଅ

ଧିନ୍-ଧିନାକ-ଧିନ୍, ଧିନାକ-ଧିନ୍. ଧିନ୍-ଧିନାକ-ଧିନ୍

ହଁ, ଅଳତା ପିନ୍ଧାଅ, ହଳଦୀ ଲଗାଅ
ଚନ୍ଦନ ଲଗାଅ, ଚୁଡ଼ିକି ପିନ୍ଧାଅ

ହୁଳହୁଳି ଦିଅ (ହୁଳୁ-ହୁଳୁ-ହୁଳୁ-ହୁଳୁ), ଝିଅକୁ ବନ୍ଦାଅ
ଦୂବ ବରକୋଳି ଥାଳିରେ ସଜାଅ

ଆସୁଛି-ଆସୁଛି ବର, ନେଇଯିବ ଝିଅକୁ ମୋର
ହେ, ଆସୁଛି-ଆସୁଛି ବର ନେଇଯିବ ଝିଅକୁ ମୋର

ଓଢ଼ଣା ପକେଇ ବେଦୀକୁ ତୁ ଯିବୁ
କୁରୁଳି-କୁରୁଳି ତୁ ତ ହସୁଥିବୁ

(ଧିନ୍-ଧିନାକ-ଧିନ୍, ଧିନାକ-ଧିନ୍, ଧିନ୍-ଧିନାକ-ଧିନ୍)

ହାଁ, ଓଢଣା ପକେଇ ବେଦୀକୁ ତୁ ଯିବୁ
ହାଁ, କୁରୁଳି-କୁରୁଳି ତୁ ତ ହସୁଥିବୁ

ହାତଗଣ୍ଠି ବେଳେ ପାଦ ଦେଲେ ଛୁଇଁ
ହାତକୁ ଚିମୁଟି କହି ଦବୁ ତୁହି

ଏ ଗଣ୍ଠି ଜନ୍ମ ଜନ୍ମର, କରିବନି ମୋତେ ତ ପର, ହେ
ଏ ଗଣ୍ଠି ଜନ୍ମ ଜନ୍ମର, କରିବନି ମୋତେ ତ ପର, ହେ

ଆସିଯିବ ତୋର ଚଉଠି ରାତି
କବାଟ ଖୋଲିକି ଆସିବେ ତୋ ପତି

(ଧିନ୍-ଧିନାକ-ଧିନ୍, ଧିନାକ-ଧିନ୍, ଧିନ୍-ଧିନାକ-ଧିନ୍)

ହାଁ, ଆସିଯିବ ତୋର ଚଉଠି ରାତି
ହାଁ, କବାଟ ଖୋଲିକି ଆସିବେ ତୋ ପତି

ଓଢ଼ଣା ଟେକିବେ ସିଏ ତୋର ଆସି
କହିଦେବୁ ହସି ମିଛେ-ମିଛେ ରୁଷି

କର ଆଗେ ଅନ୍ଧାର କର, ଆଜି ପରା ଚଉଠି ଘର
କର ଆଗେ ଅନ୍ଧାର କର, ଆଜି ପରା ଚଉଠି ଘର ହେ

ବଜା ରେ ଶଙ୍ଖୁଆ ବଜା ରେ ବଜା
ପଇଡ଼ କଳସୀ ଦୁଆର ସଜା
ବଜା ରେ ତେଲିଙ୍ଗି ବଜା ରେ ବଜା
କାଲିକି ନଥିବ ଆଜିକା ମଜା

ଅଳତା ପିନ୍ଧାଅ, ହଳଦୀ ଲଗାଅ
ଚନ୍ଦନ ଲଗାଅ, ଚୁଡ଼ିକି ପିନ୍ଧାଅ

(ଧିନ୍-ଧିନାକ-ଧିନ୍, ଧିନାକ-ଧିନ୍, ଧିନ୍-ଧିନାକ-ଧିନ୍)

ହାଁ ଅଳତା ପିନ୍ଧାଅ, ହଳଦୀ ଲଗାଅ
ଚନ୍ଦନ ଲଗାଅ, ଚୁଡ଼ିକି ପିନ୍ଧାଅ

ହୁଳହୁଳି ଦିଅ ଝିଅକୁ ବନ୍ଦାଅ
ଦୂବ, ବରକୋଳି ଥାଳିରେ ସଜାଅ

ଆସୁଛି-ଆସୁଛି ବର ନେଇଯିବ ଝିଅକୁ ମୋର
ହେ, ଆସୁଛି-ଆସୁଛି ବର ନେଇଯିବ ଝିଅକୁ ମୋର
ଆସୁଛି-ଆସୁଛି ବର ନେଇଯିବ ଝିଅକୁ ମୋର
ହେ, ଆସୁଛି-ଆସୁଛି ବର ନେଇଯିବ ଝିଅକୁ ମୋର



Credits
Writer(s): Swarup Nayak
Lyrics powered by www.musixmatch.com

Link