Dil Diwana Kaeen Hela (Sad Version)

ତୋ ବିନା ଜୀବନ ଗୀତ ବେସୁରା
ଚାଲିଲେ ଚଲାବାଟ ଅଧୁରା
ତୋ ବିନା ଆଖିରେ ଲୁହ ଅସରା
ପାଉନି ସାହାକି ଟିକେ ସାହାରା

ମେଘରୁ ନିଆଁ ଆଜି ଝରିଲା
ଲାଗୁଛି ସବୁ ଆଶା ଜଳିଗଲା
ଏ ଦିଲ ଦିୱାନା କାଇଁ ହେଲା?
ଦିଲ ଦିୱାନା କାଇଁ ହେଲା?

ସରଗ ସୁନା ପରି ଆସିଥିଲା
ଜାଣେନା କାହିଁକି ପୁଣି ଫେରିଗଲା
ସପନ ସତଯେ ହେଇ ଆସୁଥିଲା
ଜାଣେନା କାହା ନଜର ଲାଗିଗଲା

ଗଛଟି ମାରିଲା, ଫୁଲଟି ଝରିଲା
କହିବା ଆଗରୁ କାହାଣୀ ସରିଲା
ଏ ଦିଲ ଦିୱାନା କାଇଁ ହେଲା?
ଦିଲ ଦିୱାନା କାଇଁ ହେଲା?

ଜୀବନେ ଏମିତି ଦେଖା ହୁଏ କାଇଁ?
ଆଖିରୁ ଲୁହରେ ଶୋଷ ମରେ ନାହିଁ
କାଗଜ ଡଙ୍ଗାରେ ଥରେ ବସି କେହି
କେବେହେଲେ ନଈ ପାରି ହେଇନାହିଁ

ନଈଟି ଶୁଖିଲା, ନାଆଟି ଭାଙ୍ଗିଲା
ବିଚରା ନାଉରି ସପନ ହଜିଲା
ଏ ଦିଲ ଦିୱାନା କାଇଁ ହେଲା?
ଦିଲ ଦିୱାନା କାଇଁ ହେଲା?



Credits
Writer(s): Arun Kumar Mantri
Lyrics powered by www.musixmatch.com

Link