Tu Para Mo Aakhira

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳାକାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳାକାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳାକାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳାକାଞ୍ଚନ

ମୁଁ ମାଟି ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳାକାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳାକାଞ୍ଚନ

ଯୋଶଦାର ମନ ନେଇ ଦିନ କାଟୁଚି
ଦେବକୀର ଦୁଃଖ ସହି ରାତି ବିତୁଚି
ଧନ ଡାକି କୋଳେ ଧରି ଗେଲ କରୁଚି
ହେଲେ ତୋର ମାଆ କି ମୁଁ ହେଇପାରୁଚି

ଆଖିକୁ ସିନା କାଠ କଣ୍ଢେଇ
ମନରେ ତୁତ କଳା କହ୍ନେଇ
କହ କେବେ ସତ ହବ ମୋର ସପନ? ସପନ, ସପନ
ହାଏରେ ମୋର କଳାକାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳାକାଞ୍ଚନ

ଶହ ଶହ ଦାସୀ ମଧ୍ୟେ ରାଧା ତ ଜଣେ
ଶହ ଶହ ମାଆ ମଧ୍ୟେ ମୁଁ ପରା ଜଣେ
ଏ ଜନମେ ଦେଲୁ ସିନା ମତେ ତୁ ଠକି
ଆର ଜନମରେ ନିଶ୍ଚେ ହେବି ଦେବକୀ

ସହିବି ପଛେ ଦୁଃଖ ଦହନ
ଭୋଗିବି ପଛେ କାରା ବରଣ
ହେଲେ ତତେ କରିବି ମୁଁ କୁଳନନ୍ଦନ, ନନ୍ଦନ, ନନ୍ଦନ
ହାଏରେ ମୋର କଳାକାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳାକାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳାକାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳାକାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳାକାଞ୍ଚନ

ମୁଁ ମାଟି ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳାକାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳାକାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳାକାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ତୁ ପରା ମୋ ହୃଦର ଚନ୍ଦନ



Credits
Writer(s): Manmath Mishra, Basanta Raj Samal
Lyrics powered by www.musixmatch.com

Link