Kahiki Manepadu Ete

କାହିଁକି ମନେପଡୁ ଏତେ? ଓ-ଓ-ଓ
ତୁ ଥରୁଟେ କହି ଦେଇ ଯା'ରେ, ଓ-ଓ-ଓ

କାହିଁକି ମନେପଡୁ ଏତେ?
ତୁ ଥରୁଟେ କହି ଦେଇଯା'ରେ
କାହିଁକି ଏକା କଲୁ ମତେ?
ତୁ ଥରୁଟେ ଆ ଫେରିଆ ରେ

ନଥିଲୁ ତୁ କେବେ ମୋ ହୃଦୟରେ
ତଥାପି କାଇଁ ତତେ ମନ ଝୁରେ?
ନଥିଲୁ ତୁ କେବେ ମୋ ହୃଦୟରେ
ତଥାପି କାଇଁ ତତେ ମନ ଝୁରେ? ଓ-ଓ

କାହିଁକି ମନେପଡୁ ଏତେ?
ତୁ ଥରୁଟେ କହି ଦେଇଯା'ରେ

ମନକୁ ତୋର ପଚାରି କହ
କଣ ଇଚ୍ଛା ତାର
କ'ଉ ସମ୍ପର୍କ ଥିଲା ଆମର?
କି ନାଁ ତାର?

ନଥିଲା କେବେ ଆମ ଭିତରେ
ସେମିତି କିଛି କଥା
ତଥାପି କାଇଁ ହଉନି ସହି
ଆଜି ନୀରବତା?

କେବେ ଏଇ ନୀରବତା ଭାଙ୍ଗିବ କହିଦେ
ମନସାରା ସେଇ ରଙ୍ଗ ଲାଗିବ କହିଦେ

କେବେ ଏଇ ଜୀବନରେ
ହସ ଟିକେ ଫୁଟିବ ରେ
ମରୁଭୂମି ପାଲଟିବ
ଗୋଲାପର ବଗିଚାରେ

ନଥିଲୁ ତୁ କେବେ ମୋ ହୃଦୟରେ
ତଥାପି କାଇଁ ତତେ ମନ ଝୁରେ? ଓ-ଓ

ନିଶ୍ଵାସ ମୋର ତୋ ବିନା ସତେ
ଚାଲୁନି ଆଜିକାଲି
ବିଶ୍ଵାସ ଜମା ହଉନି ତୁ ମୋ
ପାଖେ ନାହୁଁ ବୋଲି

ଯୋଉ ଆଖିରେ ସପନ ଥିଲା
ସେ ଢାଳେ ଲୁହ
ସେଇ ଲୁହରେ କେଜାଣି କାଇଁ
ଦିଶେ ତୋ ମୁଁହ

ପାଖେ ଥିବା ମଣିଷର ଅଳପ ଆଦର
ହଜିଗଲେ ମନ ଖୋଜେ ତାକୁ ବାରମ୍ବାର

ହଜି ଗଲୁ କଉଠିରେ?
ଧରା ମତେ ଦେ ଥରେ
ଅନ୍ଧପରି ଲାଗେ ମତେ
ତୋ ବିନା ଅନ୍ଧାରରେ

ନଥିଲୁ ତୁ କେବେ ମୋ ହୃଦୟରେ
ତଥାପି କାଇଁ ତତେ ମନ ଝୁରେ? ଓ-ଓ



Credits
Writer(s): Kishan Kavadiya
Lyrics powered by www.musixmatch.com

Link