Jebe Ichha Dekhi Paru

ଯେବେ ଇଚ୍ଛା ଦେଖିପାରୁ ଚିରି ଦେଇ ମୋର ଛାତି
ଜୀବନଠୁ ଯତନରେ ରଖିଛି ତତେ ସାଇତି

ତୋ ବିନା, ମୋ ବିନା କେହିତ ଜାଣେନା
ତୋ ବିନା, ମୋ ବିନା କେହିତ ଜାଣେନା

ସମ୍ପର୍କ ଆମର ଏମିତି, ଏମିତି, ଏମିତି

ତୁ ମୋର, ତୁ ମୋର
ତୁ ମୋର ନିଝୁମ୍ ରାତିର ସାଥି
ନିଝୁମ୍ ରାତିର ସାଥି
ତୁ ପରା ମୋର, ନିଝୁମ୍ ରାତିର ସାଥି
ନିଝୁମ୍ ରାତିର ସାଥି

ଡାକିଦେଲେ ତୁ ଶୁଣିପାରେ ମୁଁ
ଶୁଣୁ କି ନଶୁଣୁ ଆଉ କେହି
ଶୁଣୁ କି ନଶୁଣୁ ଆଉ କେହି

ଯଉଠି ଥାଏ, ଯେମିତି ଥାଏ
ପାଖକୁ ମୁଁ ତୋର ଆସେ ଧାଇଁ
ପାଖକୁ ମୁଁ ତୋର ଆସେ ଧାଇଁ

ହଁ, ଆସିବା ବାଟ ଜାଣିଚି ସତ
ଫେରିବା ବାଟ ମୁଁ ଜାଣେ ନାହିଁ
ଫେରିବା ବାଟ ମୁଁ ଜାଣେ ନାହିଁ

ଦୁଇଟି ମନ, ଦୁଇଟି ପ୍ରାଣ
ଯାଇଛି କେବେଠୁ ଗୋଟେ ହେଇ
ଯାଇଛି କେବେଠୁ ଗୋଟେ ହେଇ

ତତେ କି ମୋ ଠାରୁ, ମୋତେ କି ତୋ ଠାରୁ
ତତେ କି ମୋ ଠାରୁ, ମୋତେ କି ତୋ ଠାରୁ

ଅଲଗା କରିବ କେମିତି, କେମିତି, କେମିତି

ତୁ ମୋର, ତୁ ମୋର
ତୁ ମୋର ନିଝୁମ୍ ରାତିର ସାଥି
ନିଝୁମ୍ ରାତିର ସାଥି
ତୁ ପରା ମୋର ନିଝୁମ୍ ରାତିର ସାଥି
ନିଝୁମ୍ ରାତିର ସାଥି

ମରିବା ପାଇଁ ଥିବା ଲୋକଟି
ଚାହେଁ ରେ ଯେମିତି ଜିଇଁବାକୁ
ଚାହେଁ ରେ ଯେମିତି ଜିଇଁବାକୁ

ତତେ ସେମିତି ଚାହେଁ ରେ ସାଥି
ମୋର ଏ ହଜାରେ ଜନମକୁ
ମୋର ଏ ହଜାରେ ଜନମକୁ

ଜନମ ନେଇ ଆସିଛି ମୁହିଁ
ତତେ ଖାଲି ଭଲ ପାଇବାକୁ
ତତେ ଖାଲି ଭଲ ପାଇବାକୁ

ଆଖିକୁ ମନା କରିଛି ସିନା
ଆଉ ତ କାହାକୁ ଚାହିଁବାକୁ
ଆଉ ତ କାହାକୁ ଚାହିଁବାକୁ

ତୁ ଅଛୁ ମୋ ପାଖେ, ମୁଁ ଅଛି ତୋ ପାଖେ
ତୁ ଅଛୁ ମୋ ପାଖେ, ମୁଁ ଅଛି ତୋ ପାଖେ

ଦେହ ଆଉ ଛାଇ ଯେମିତି, ଯେମିତି, ଯେମିତି

ତୁ ମୋର, ତୁ ମୋର
ତୁ ମୋର ନିଝୁମ୍ ରାତିର ସାଥି
ନିଝୁମ୍ ରାତିର ସାଥି
ତୁ ପରା ମୋର ନିଝୁମ୍ ରାତିର ସାଥି
ନିଝୁମ୍ ରାତିର ସାଥି

ନିଝୁମ୍ ରାତିର ସାଥି
ନିଝୁମ୍ ରାତିର ସାଥି



Credits
Writer(s): Malaya Mishra, Mantri Kumar
Lyrics powered by www.musixmatch.com

Link