Mandira Bhitare Bada

ମନ୍ଦିର ଭିତରେ ବଡ଼ କହ କିଏ ସଖି ଲୋ
ଆରେ, ସେତ ଜଗନ୍ନାଥ ମନ୍ଦିର
ଆରେ, ଠାକୁର ଭିତରେ ବଡ଼ କହ କିଏ ସଖି ଲୋ
ହଁ, ସେ ତ ଆମ ବଡ଼ଠାକୁର

ଆହା, ମନ୍ଦିର ଭିତରେ ବଡ଼ କହ କିଏ ସଖି ଲୋ
ହଁ, ସେତ ଜଗନ୍ନାଥ ମନ୍ଦିର
ଆରେ, ଠାକୁର ଭିତରେ ବଡ଼ କହ କିଏ ସଖି ଲୋ
ଆରେ, ସେ ତ ଆମ ବଡ଼ଠାକୁର

ଲକ୍ଷ୍ୟ-ଲକ୍ଷ୍ୟ ଯାତ୍ରୀ ଆସୁଛନ୍ତି କାହାପାଇଁ ଲୋ?
କାଳିଆ ପାଇଁ, ଆମ କାଳିଆ ପାଇଁ
ଆରେ, ବଡ଼ଦାଣ୍ଡ ଉଠେ-ପଡେ କହ କାହା ପାଇଁ ଲୋ
ଆରେ, କାଳିଆ ପାଇଁ, ଆମ କାଳିଆ ପାଇଁ

ଯିଏ ମାଗିବ, ସିଏ ପାଇବ
କାଳିଆ ଦଉଚି ଆହୁରି ଦବ
ଯିଏ ମାଗିବ, ସିଏ ପାଇବ
କାଳିଆ ଦଉଚି ଆହୁରି ଦବ

ଆରେ, ବଜାର ଭିତରେ ବଡ କହ କିଏ ସଖି ଲୋ
ହଁ, ସିଏ ତ ଆନନ୍ଦ ବଜାର
ଆହା, ମନ୍ଦିର ଭିତରେ ବଡ଼ କହ କିଏ ସଖି ଲୋ
ଆରେ, ସେତ ଜଗନ୍ନାଥ ମନ୍ଦିର

କଉ ଭୋଗ ଖାଇ ହୁଏ ଏ ଜୀବନ ଧନ୍ୟ ଲୋ?
ଅବଢ଼ା ଅନ୍ନ, ଆରେ, ଅବଢ଼ା ଅନ୍ନ
କଉ ଧନ ପାଇବାକୁ ଚାହୁଁଥାଏ ମନ ଲୋ?
କାଳିଆ ଧନ, ସେ ତ କାଳିଆ ଧନ

କାଳିଆ ଭଣ୍ଡାର ସରିବନାହିଁ
କିଏ ନେଲା କେତେ ହିସାବ ନାହିଁ
କାଳିଆ ଭଣ୍ଡାର ସରିବନାହିଁ
କିଏ ନେଲା କେତେ ହିସାବ ନାହିଁ

ସହର ଭିତରେ ବଡ କହ କିଏ ସଖି ଲୋ
ଏ ପୁରୀ ବଡ଼ଦାଣ୍ଡ ସହର
ଆହା, ମନ୍ଦିର ଭିତରେ ବଡ଼ କହ କିଏ ସଖି ଲୋ
ଆରେ, ସେତ ଜଗନ୍ନାଥ ମନ୍ଦିର

କଉ ଆଖି ଦେଖି ଲାଖିଯାଏ ଆମ ଆଖି ଲୋ?
ସେ ଚକାଆଖି, ଆରେ, ସେ ଚକଆଖି
କିଏ କେତେ ପାପ କଲା, କିଏ ଦେଖେ ସଖି ଲୋ?
କାଳିଆ ସାକ୍ଷୀ, ଆମ କାଳିଆ ସାକ୍ଷୀ

ଯିଏ କରିବ ସିଏ ପାଇବ
ହିସାବରେ ଯାହା ଫଳ ମିଳିବ
ଯିଏ କରିବ ସିଏ ପାଇବ
ହିସାବରେ ଯାହା ଫଳ ମିଳିବ

ଦୁଆର ଭିତରେ ବଡ କହ କିଏ ସଖି ଲୋ
ଏ ଶ୍ରୀମନ୍ଦିର ସିଂହଦୁଆର
ଆହା, ମନ୍ଦିର ଭିତରେ ବଡ଼ କହ କିଏ ସଖି ଲୋ
ଏ, ସେତ ଜଗନ୍ନାଥ ମନ୍ଦିର
ଆରେ, ଠାକୁର ଭିତରେ ବଡ଼ କହ କିଏ ସଖି ଲୋ
ଆରେ, ସେ ତ ଆମ ବଡ଼ଠାକୁର

ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର
ସେ ତ ଆମ ବଡ଼ଠାକୁର



Credits
Writer(s): Srikant Gautam
Lyrics powered by www.musixmatch.com

Link