Narendra Jala Thanda

ନରେନ୍ଦ୍ର ଜଳ ଥଣ୍ଡା
ସମୁଦ୍ର କୂଳ ଥଣ୍ଡା
କଳପ ମୂଳ ଥଣ୍ଡା
ଲକ୍ଷ୍ମୀ ଦେଉଳ ଥଣ୍ଡା

ସିପ ସରୁବାଲି ବଳିଆ ପଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା

ନରେନ୍ଦ୍ର ଜଳ ଥଣ୍ଡା
ସମୁଦ୍ର କୂଳ ଥଣ୍ଡା
କଳପ ମୂଳ ଥଣ୍ଡା
ଲକ୍ଷ୍ମୀ ଦେଉଳ ଥଣ୍ଡା

ସିପ ସରୁବାଲି ବଳିଆ ପଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା

କବୀର, ନାନକ, ସାଲବେଗ ସେଇ
ପ୍ରେମରେ ହେଲେ ବାଇ
ନାଚିଲେ ଗାଇଲେ ବଡ଼ଦାଣ୍ଡେ ଆସି
ଜାତିକୁ ଭୁଲି ଯାଇ

ହେ, କବୀର, ନାନକ, ସାଲବେଗ ସେଇ
ପ୍ରେମରେ ହେଲେ ବାଇ
ନାଚିଲେ ଗାଇଲେ ବଡ଼ଦାଣ୍ଡେ ଆସି
ଜାତିକୁ ଭୁଲି ଯାଇ

କାଳିଆ ପ୍ରେମର ପଞ୍ଚାମୃତ ପିଇ
ପାଞ୍ଚଗୋଟି ମନ ଯାଏ ଏକ ହୋଇ
ଗଳା ରେ ଲମ୍ବାଇ ତୁଳସୀ ଧଣ୍ଡା

ବଡ଼ଦାଣ୍ଡେ ନାଚେ ନିମାଇ ନଣ୍ଡା
ବଡ଼ଦାଣ୍ଡେ ନାଚେ ନିମାଇ ନଣ୍ଡା

ହେ, ନରେନ୍ଦ୍ର ଜଳ ଥଣ୍ଡା
ସମୁଦ୍ର କୂଳ ଥଣ୍ଡା
କଳପ ମୂଳ ଥଣ୍ଡା
ଲକ୍ଷ୍ମୀ ଦେଉଳ ଥଣ୍ଡା

ସିପ ସରୁବାଲି ବଳିଆ ପଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା

ଜଗତ ଲୋକଙ୍କୁ ଜଗତର ନାଥ
ପ୍ରେମରେ ବାନ୍ଧି ଦିଏ
ଗୁଣ୍ଡିଚା ଯାତରେ ତା ବଡ଼ଦାଣ୍ଡ କୁ
ପ୍ରେମରେ ଡ଼ାକି ନିଏ

ହୋ-ହୋ-ହୋ, ଜଗତ ଲୋକଙ୍କୁ ଜଗତର ନାଥ
ପ୍ରେମରେ ବାନ୍ଧି ଦିଏ
ଗୁଣ୍ଡିଚା ଯାତରେ ତା ବଡ଼ଦାଣ୍ଡ କୁ
ପ୍ରେମରେ ଡ଼ାକି ନିଏ

ଛୁଇଁଦେଲେ ଥରେ ନନ୍ଦିଘୋଷ ରଥ
ଦୂର ହୋଇଯାଏ ହୃଦୟ ର ତାପ
ଭୁଲିଯାଏ ମନ ସଂସାର ଧନ୍ଦା

କାଳିଆ ର ପ୍ରେମ ବଡ଼ ଅଛିଣ୍ଡା
କାଳିଆ ର ପ୍ରେମ ବଡ଼ ଅଛିଣ୍ଡା

ନରେନ୍ଦ୍ର ଜଳ ଥଣ୍ଡା
ସମୁଦ୍ର କୂଳ ଥଣ୍ଡା
କଳପ ମୂଳ ଥଣ୍ଡା
ଲକ୍ଷ୍ମୀ ଦେଉଳ ଥଣ୍ଡା

ସିପ ସରୁବାଲି ବଳିଆ ପଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା
ହେ, କାଳିଆ ର ପ୍ରେମ ଆହୁରି ଥଣ୍ଡା
କାଳିଆ ର ପ୍ରେମ ଆହୁରି ଥଣ୍ଡା, ହେ



Credits
Writer(s): Alekh Biswal, Bijay Swain Biju
Lyrics powered by www.musixmatch.com

Link