Patalaa Nida Re

ପତଳା ନିଦରେ ଶୋଇଛି ମୋ ପ୍ରିୟା
ହୋ ପତଳା ନିଦରେ ଶୋଇଛି ମୋ ପ୍ରିୟା

ଉଠାଅନା ତାକୁ କେହି ରାତିଯାଉ ପାହି
ଥରେ ଉଠିଗଲେ ମୋତେ ଆଉକେବେ
ଶୁଆଇ ଦବନାହିଁ ନିଦ ଯିବା ନେଇ
ତଥାପି ମୁଁ ଚାହେଁ ଉଠିଯାଉ ସିଏ
ତଥାପି ମୁଁ ଚାହେଁ ଉଠିଯାଉ ସିଏ
ମୁଁ ନ ଶୋଇଲେ ନାହିଁ ବସିଥିବି ମୁଁ ତାକୁ ଚାହିଁ

ପତଳା ନିଦରେ ଶୋଇଛି ମୋ ପ୍ରିୟା

ଆଖିପତା ଛୁଇଁଦେଇ କିଏ ଗଲାଚାଲି?
ଆଖିପତା ଛୁଇଁଦେଇ କିଏ ଗଲାଚାଲି?
ଛୁଇଁଲା ଏମିତି ମୋତେ ଗଲି ନିଦ ଭୁଲି
ନିଦ ଭୁଲା ଆଖିତାର ସଜଳ, କଜଳ
ସେଇ ଆଖି ମୋତେ ଆଜି କରିଛି ପାଗଳ

ତଥାପି ଏ ମନ ଖୋଜୁଛି ତା ପ୍ରେମ
ତଥାପି ଏ ମନ ଖୋଜୁଛି ତା ପ୍ରେମ
ସେ ନକହିଲେ ନାହିଁ, ଭଲ ପାଉଛି ଦେବି କହି

ପତଳା ନିଦରେ ଶୋଇଛି ମୋ ପ୍ରିୟା

ଚାନ୍ଦ ନୁହେଁ ଚାନ୍ଦପରି ତା ରୂପ ଚାନ୍ଦିନୀ
ଚାନ୍ଦ ନୁହେଁ ଚାନ୍ଦପରି ତା ରୂପ ଚାନ୍ଦିନୀ

ଜହ୍ନ ମାମୁଁ ରାଇଜର ସେ ରାଜ-ନନ୍ଦିନୀ
ମୋ ସପନ ମାଗିନେଲା ଦେଇତା ଜୀବନ
ଏ କେମିତି ମନ ତାର? କେମିତି ବନ୍ଧନ?

ଲାଗେ ଆଜି କାଇଁ ରହିଛି ମୁଁ ଖାଲି
ଲାଗେ ଆଜି କାଇଁ ରହିଛି ମୁଁ ଖାଲି
ସେ ନ ଚାହିଁଲେ ନାହିଁ ସତେ ପ୍ରେମ ମୋ ତା ପାଇଁ



Credits
Lyrics powered by www.musixmatch.com

Link