Lo Nilakain

ଲୋ ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି
ଲୋ ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି

ଚକା-ବଇଠି ଉପରେ ବସିଛି କଳା କହ୍ନେଇ
ବସିଛି କଳା କହ୍ନେଇ

ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି
ଲୋ ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି

ସମୁଦ୍ରକୁ ଆଜ୍ଞାଦେଲା ଗଲା ସେ ଘୁଞ୍ଚି
ଗଢ଼ିଣ ଶ୍ରୀମନ୍ଦିର ରହିଲା ଲୁଚି
ସମୁଦ୍ରକୁ ଆଜ୍ଞାଦେଲା ଗଲା ସେ ଘୁଞ୍ଚି
ଗଢ଼ିଣ ଶ୍ରୀମନ୍ଦିର ରହିଲା ଲୁଚି

କଳିଯୁଗରେ ସେହି ଦାରୁଦେବତା ହୋଇ
ବାଣ୍ଟେ ଅବଢ଼ା-ଭାତ, ଜାତି ଅଜାତି ନାହିଁ
ବସିଛି ଭକ୍ତ ପାଇଁ, ଚଉ-ବାହା ମେଲେଇ

ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି
ଲୋ ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି

ବାଇଶି ପାହାଚ ଚଢ଼ି ଦେଖିବୁ ଯାଇ
ରୋହିଣୀ-କୁଣ୍ଡ, କଳ୍ପବଟ ଅଛଇ
ବାଇଶି ପାହାଚ ଚଢ଼ି ଦେଖିବୁ ଯାଇ
ରୋହିଣୀ-କୁଣ୍ଡ, କଳ୍ପବଟ ଅଛଇ

ପୁଜି ମା' ବିମଳା, ଯିବୁ ଲଷ୍ମୀଙ୍କ ଖଳା
କୈବଲ୍ୟ ହାଟେ ମେଳା, ଭେଟିବୁ ଚକାଡ଼ୋଳା
ଜନ୍ମ ସାର୍ଥକ ହେବ ତା'ର ତୁଳସୀ ପାଇ

ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି
ଲୋ ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି

ଚକା-ବଇଠି ଉପରେ ବସିଛି କଳା କହ୍ନେଇ
ବସିଛି କଳା କହ୍ନେଇ

ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି
ଲୋ ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି
ଲୋ ନୀଳକଇଁ, ରତ୍ନମଣ୍ଡପେ ଦେଖ ତୁହି



Credits
Lyrics powered by www.musixmatch.com

Link