Gokula Kunja Re

ଗୋକୁଳ କୁଞ୍ଜରେ ଶୁଭେ, ଛମ୍-ଛମ୍, ଛମ୍-ଛମ୍
ଯମୁନା ଘାଟରେ ଶୁଭେ, ରୁମ୍-ଝୁମ୍, ରୁମ୍-ଝୁମ୍

ରାଧା-ରାଣୀ ଛାଇ କି ଚମକେ ଲୋ?

ମାଇଁ-ମାଇଁ ବୋଲି କିଏ ଡାକେ?
ମାଇଁ-ମାଇଁ ବୋଲି କିଏ ଡାକେ?

ଗୋକୁଳ କୁଞ୍ଜରେ ଶୁଭେ ଛମ୍-ଛମ୍, ଛମ୍-ଛମ୍
ଯମୁନା ଘାଟରେ ଶୁଭେ ରୁମ୍-ଝୁମ୍, ରୁମ୍-ଝୁମ୍

ରାଧା-ରାଣୀ ଛାଇ କି ଚମକେ ଲୋ?

ମାଇଁ-ମାଇଁ ବୋଲି କିଏ ଡ଼ାକେ?
ମାଇଁ-ମାଇଁ ବୋଲି କିଏ ଡ଼ାକେ?

ଗୋପପୁର କହୁ କଳଙ୍କିନି ବୋଲି
କି ଅବା ଯାଉଛି ରାଧା-ରାଣୀର?
ସାରା ଦୁନିଆର କଳଙ୍କ ମୁଣ୍ଡେଇ
ଚାନ୍ଦ କି କଇଁଠୁ ହୋଇଛି ପର

ବଇଁଶୀ ଲୁଚି ଲୁଚିକା, ହାଏ ଡାକୁଛି ଆସ ରାଧିକା
ରାଧା ରାଣୀ ପଛକୁ ଲେଉଟେ ଲୋ

ଦୁଳୁ-ଦୁଲୁ ଛାତି ତା ଚମକେ
ମାଇଁ-ମାଇଁ ବୋଲି କିଏ ଡ଼ାକେ?

ଚାତକ ଯେମିତି, ବରଷା ପାଇଁକି
ଚାହିଁ ରହିଥାଏ କେଡେ ଆକୁଳେ
ଦେଖ ଲୋ ମାଇଁକି, କହ୍ନେଇ ପାଇଁକି
ଭିତରେ-ଭିତରେ ମନ କୁହୁଳେ

କାହ୍ନୁକୁ ଯେତେ ଖୋଜୁଛି, ପ୍ରୀତିରେ ସେତେ ହଜୁଛି
ରାଧା-ରାଣୀ ଶରମେ ନହକେ ଲୋ

ଗମ-ଗମ ଝାଳ ତା ବହକେ
ମାଇଁ-ମାଇଁ ବୋଲି କିଏ ଡ଼ାକେ?

ଗୋକୁଳ କୁଞ୍ଜରେ ଶୁଭେ, ଛମ୍-ଛମ୍, ଛମ୍-ଛମ୍
ଯମୁନା ଘାଟରେ ଶୁଭେ, ରୁମ୍-ଝୁମ୍, ରୁମ୍-ଝୁମ୍

ରାଧା-ରାଣୀ ଛାଇ କି ଚମକେ ଲୋ

ମାଇଁ-ମାଇଁ ବୋଲି କିଏ ଡ଼ାକେ?
ଡ଼ାକେ-ଡ଼ାକେ କିଏ ଡ଼ାକେ ଲୋ?
ମାଇଁ-ମାଇଁ ବୋଲି କିଏ ଡ଼ାକେ?
ଡ଼ାକେ-ଡ଼ାକେ କିଏ ଡ଼ାକେ ଲୋ?
ମାଇଁ-ମାଇଁ ବୋଲି କିଏ ଡ଼ାକେ?



Credits
Writer(s): Nirmal Nayak, Abhijeet Majumdar
Lyrics powered by www.musixmatch.com

Link