Mu Je Eka Pagala Bhanra

ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା

ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା

ଫୁଲେ-ଫୁଲେ ଉଡ଼ିବୁଲେ ନୀତି, ପ୍ରୀତିଭରା ଦେଇ ଇଶାରା
ଚୁମି-ଚୁମି ଯାଏ ମୁହିଁ ଏଇ ମଧୁଭରା ଫୁଲ ପସରା, ହାଏ

ଖୋଜିବୁଲେ ନୂଆ ଏକ ନୀଡ଼
ଭୁଲିଛି ସେ ନୀଡ଼ ପୁରୁଣା

ବାନ୍ଧି ମୋତେ ରଖି ସତେ କେହି ପାରିନାହିଁ ରୂପ ଦେଶର
ଛପି-ଛପି ସପନେ ମୁଁ ଆସି ଫେରିଯାଏ ରାତି ଶେଷରେ, ହାଏ

ସ୍ମୃତି ଖାଲି ଛାଡ଼ିଯାଏ ମନେ
କାହାକୁ ମୁଁ ଧରା ଦିଏନା

ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା



Credits
Writer(s): Akhaya Mohanty
Lyrics powered by www.musixmatch.com

Link