Kahin Gale Shyama Ghana

କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ?
ଝରେ ରାଧା ବୀରହିଣୀ ଏକାକି ଆକୁଳେ
ବନ୍ଧୁରେ, କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ?

ହେ କୃଷ୍ଣ, ହେ କହ୍ନାଇ ଡାକି ଡାକି ରାଇ
ନିରାଶେ ନିକୁଞ୍ଜ ଆହା ପଡ଼ିଛି ଘୁମାଇ

ବାର ବାର ହୃଦ ଥରେ
ଯେବେ କୃଷ୍ଣ ନାମ ଭାଳେ
ଝରଝର ଲୁହ ଧାର ନୟନୁ ଝରେ
ବନ୍ଧୁରେ, କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ?

କିଏବା କହିବ ଯାଇ ରାଇକୁ ବୁଝାଇ
ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ

ଥିଲେ ଯେତେ ଦୂରେ ଦୂରେ
ମନ ଖୋଜେ ମନକୁରେ
ଏକକୁ ଆରେକ ବନ୍ଧା ପୀରତି ଡୋରେ

ବନ୍ଧୁରେ, କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ?
ଝୁରେ ରାଧା ବୀରହିଣୀ ଏକାକି ଆକୁଳେ
ଏକାକି ଆକୁଳେ



Credits
Writer(s): Prafulla Kar
Lyrics powered by www.musixmatch.com

Link