Nanda Kumara Re

ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?
ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?

ଯାହା ତୁ କହିବୁ ସବୁରେ ମାନିବି
ସରଗରୁ ଚାନ୍ଦ ତୋଳି ଆଣିଦେବି
ଯାହା ତୁ କହିବୁ ସବୁରେ ମାନିବି
ସରଗରୁ ଚାନ୍ଦ ତୋଳି ଆଣିଦେବି

ତୁ ବସିବୁ କି କାନ୍ଧରେ ମୋର?

ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?
ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?

ବାଡ଼ିରେ ମୋହର କଦମ୍ବ ଗଛରେ ଫୁଲ-ଦୋଳି ବାନ୍ଧିଦେବୀ
ସେ ଦୋଳିରେ ଧନ ଝୁଲେଇ ତତେ ରେ, ଦୁଃଖ ମୋର ଭୁଲିଯିବି
ନୀତି ସକାଳୁ ଅଁଳା ପାଣିରେ ଗାଧେଇ ଦେବ ତୋ ମାଁ
ବାର ଭଜା ତେର ତୁଣ ତୋ ପାଇଁ ରେ ଯାହା ତୁ ଖାଇବୁ ଖା

ଥରେ ଖେଳିବୁ କି ଦାଣ୍ଡରେ ମୋର?

ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?
ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?

ଗୁହାଳରେ ମୋର ଗୁହାଳେ ଗାଈ ରେ, କ୍ଷୀର ସର ଯାଏ ଭାସି
ଖାଇ ଫୋପାଡିଲେ ହବନାହିଁ ଊଣା, ଆରେ ମୋ କାଳିଆ ଶଶୀ
ରୁପାର କଠଉ, ସୁନାର ବଇଁଶୀ ହାଟରୁ ଆଣିଛି କିଣି
ଆଶାର ଆକାଶେ ଉଡୁଛି ମୋ ମନ, ହବୁକି ମୋ କୁଳମଣି?

ଥରେ ଆ ଛାଡି ଶିରିମନ୍ଦିର

ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?
ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?

ଯାହା ତୁ କହିବୁ ସବୁରେ ମାନିବି
ସରଗରୁ ଚାନ୍ଦ ତୋଳି ଆଣିଦେବି
ଯାହା ତୁ କହିବୁ ସବୁରେ ମାନିବି
ସରଗରୁ ଚାନ୍ଦ ତୋଳି ଆଣିଦେବି

ତୁ ବସିବୁ କି କାନ୍ଧରେ ମୋର?

ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?

ନନ୍ଦ କୁମର ରେ ନନ୍ଦ କୁମର
ହବୁକି ରେ ଥରେ ପୁଅ ମୋହର?



Credits
Writer(s): Panchanan Nayak, Shyamapad Babula
Lyrics powered by www.musixmatch.com

Link