Dhana Lo Dhana

ଧନ ଲୋ ଧନ, ମୋ ସୁନା ଧନ
ଧନ ଲୋ ଧନ, ମୋ ସୁନା ଧନ

ତୋ ବିନା ଅବୁଝା ଏଇ ଅଝଟ ମନ

ଧନ ଲୋ ଧନ, ମୋ ସୁନା ଧନ
ଧନ ଲୋ ଧନ, ମୋ ସୁନା ଧନ

ହଉ ତୁ ଯା ଲୋ, ଭଲରେ ଥା ଲୋ
ହଉ ତୁ ଯା ଲୋ, ଭଲରେ ଥା ଲୋ

ଭୁଲିଯିବୁ ପଛ କଥା ପୁରୁଣା ଦିନ

ଧନ ଲୋ ଧନ, ମୋ ସୁନା ଧନ
ଧନ ଲୋ ଧନ, ମୋ ସୁନା ଧନ

ସରଳିଆ ମନ ମୋର ଭାରି ନିରୀହ
ଭରସାରେ ଦେଇଥିଲି ତତେ ହୃଦୟ
ସପନକୁ ପର କରି ପିଉଛି ଲୁହ
କେମିତି ତୁ ହେଇଗଲୁ ଏତେ ନିର୍ଦୟ?

ଭୁଲିଲେ ଭୁଲିଯା, ଦୂରକୁ ଚାଲିଯା
ଭୁଲିଲେ ଭୁଲିଯା, ଦୂରକୁ ଚାଲିଯା

ଦିନ ସିନା ଚାଲିଯାଏ, ଯାଏନା ଚିହ୍ନ

ଧନ ଲୋ ଧନ, ମୋ ସୁନା ଧନ
ଧନ ଲୋ ଧନ, ମୋ ସୁନା ଧନ

ସତ ଥିଲା ପ୍ରେମ ମୋର, ସ୍ୱାର୍ଥ ନଥିଲା
କହ କାଇଁ ତୋ ଭିତରୁ ପ୍ରେମ କମିଲା
ଦିନ କେଇଟାରେ ସବୁ ବଦଳିଗଲା
ତୋ ବାଟ ମୋ ବାଟ ଅଲଗା ହେଲା

ଯଉଠି ଥା ଲୋ, ଭଲରେ ଥା ଲୋ
ଯଉଠି ଥା ଲୋ, ଭଲରେ ଥା ଲୋ

ସ୍ୱାର୍ଥପର ପ୍ରିୟା ମୋର ହୃଦୟହୀନ

ଧନ ଲୋ ଧନ, ମୋ ସୁନା ଧନ
ଧନ ଲୋ ଧନ, ମୋ ସୁନା ଧନ
ଧନ ଲୋ ଧନ, ମୋ ସୁନା ଧନ
ଧନ ଲୋ ଧନ, ମୋ ସୁନା ଧନ



Credits
Lyrics powered by www.musixmatch.com

Link