Kemiti Kahibi

କେମିତି କହିବି ତତେ? ତୁ ଯେ ସେଇ
ଯାହାକୁ ପାଉଚି ଭଲ, ତୁ ଯେ ସେଇ

କେମିତି କହିବି ତତେ? ତୁ ଯେ ସେଇ
ଯାହାକୁ ପାଉଚି ଭଲ, ତୁ ଯେ ସେଇ

ପ୍ରଥମ ଦେଖାରୁ ସତେ
କାହିଁକି ଲାଗିଲା ମତେ?
ତୁ ଯେ ସେଇ, ତୁ ଯେ ସେଇ

କେମିତି କହିବି ତତେ? ତୁ ଯେ ସେଇ

ରାଜା ମୁଁ ଯଉ ସ୍ୱପ୍ନର
ତା ରାଣୀ ତୁ, ତା ରାଣୀ ତୁ
ରଙ୍ଗ ମୁଁ ଯଉ ଫୁଲର
ତା ବାସ୍ନା ତୁ, ତା ବାସ୍ନା ତୁ

ଗୀତ ମୁଁ ଯଉ ଓଠର
ତା ସୁର ତୁ, ତା ସୁର ତୁ
ନାଆ ମୁଁ ଯଉ ନଈର
ତା କୂଳ ତୁ, ତା କୂଳ ତୁ

ଯେବେଠୁ ଦେଖିଲି ତତେ
ସେଦିନୁ ଲାଗୁଚି ମତେ
ତୁ ଯେ ସେଇ, ତୁ ଯେ ସେଇ

କି ରଙ୍ଗ? ଇଏ କି ଛବି?
ଆଙ୍କିଦେଲୁ ତୁ, ଆଙ୍କିଦେଲୁ ତୁ
ଯୁଆଡ଼େ ଯାଏ ନଜର
ଖାଲି ତୁହି ତୁ, ଖାଲି ତୁହି ତୁ

ଲଗେଇଦେଲୁ ମୋ ଦେହେ
ଏ କି ନିଆଁ? ଏ କି ନିଆଁ?
ପଲକେ ଗଲା ବଦଳି
ମୋ ଦୁନିଆଁ, ମୋ ଦୁନିଆଁ

କହିବି କହିବି ବୋଲି
ସମୟ ଯାଉଚି ଚାଲି
ତୁ ଯେ ସେଇ, ତୁ ଯେ ସେଇ

କେମିତି କହିବି ତତେ? ତୁ ଯେ ସେଇ (କେମିତି କହିବି ତତେ? ତୁ ଯେ ସେଇ)
ଯାହାକୁ ପାଉଚି ଭଲ, ତୁ ଯେ ସେଇ (ଯାହାକୁ ପାଉଚି ଭଲ, ତୁ ଯେ ସେଇ)



Credits
Writer(s): Bikash Das, Srikant Gautam
Lyrics powered by www.musixmatch.com

Link