Prema Ethi To Pain Mati Khelana

ପ୍ରେମ ଏଠି ତୋ ପାଇଁ ମାଟି ଖେଳନା
ଭାଙ୍ଗିଦେଲୁ ଖେଳି ଖେଳି କରି ଚୁନା ଚୁନା
ପ୍ରେମ ଏଠି ତୋ ପାଇଁ ମାଟି ଖେଳନା
ଭାଙ୍ଗିଦେଲୁ ଖେଳି ଖେଳି କରି ଚୁନା ଚୁନା
ଅଦିନରେ ଗଲା ବୋହି ପ୍ରେମ ତୋର ଝଡ ହେଇ
ଓ ମରୁଭୂମି ସାଜି ମୁହିଁ ହେଇଗଲି ମଲା ନଈ
ତଥାପି ରଖିଛି ତୋତେ ମୋ ଛାତିରେ

ଓ माही रे, ଓ माही रे
माही रे, माही रे
ତୋ ନାଁ-ତୋ ନାଁ-ତୋ ନାଁ
ସାରା ଜୀବନ ଯାଏଁ ଗାଉଥିବି
माही रे ତୋ ନାଁ ତୋ ନାଁ ତୋ ନାଁ
ସାରା ଜୀବନ ଯାଏଁ ଗାଉଥିବି

ମନ ଦରପଣେ ଆଜି ବି ତୋ ଛବି
ପ୍ରତି ମୁହର୍ତରେ ପ୍ରତିଫଳନ
ଛାତିତଳେ ରଖି ଅନୁଭବେ ପାଇ
ତୋ ସାଥେ ଏ ବେବି କରୁଛି ପ୍ରେମ
ମନ ଦରପଣେ ଆଜି ବି ତୋ ଛବି
ପ୍ରତି ମୁହର୍ତରେ ପ୍ରତିଫଳନ
ଛାତିତଳେ ରଖି ଅନୁଭବେ ପାଇ
ତୋ ସାଥେ ଏ ବେବି କରୁଛି ପ୍ରେମ
ଅତୀତର ସେଇ ଖୁସି ଦୁଃଖ ଦେଲା ମୋତେ ବେଶି
ହୋ ଛାତି ସ୍ପନ୍ଦନରେ ରଖି ଲୁହ ଲହୁରେ ମୋ ଆଖି
ରକ୍ତର ଢେଉରେ ଆଜି ମୁଁ ଭାସେରେ

ଓ माही रे, ଓ माही रे
माही रे, माही रे
ତୋ ନାଁ-ତୋ ନାଁ-ତୋ ନାଁ
ସାତ ଜନମ ଯାଏଁ ଲେଖୁଥିବି
माही रे ତୋ ନାଁ-ତୋ ନାଁ-ତୋ ନାଁ
ସାତ ଜନମ ଯାଏଁ ଲେଖୁଥିବି

ମୋ ମନ ବନରେ ସାଜିଥିଲୁ ପକ୍ଷୀ
ଉଡ଼ିଗଲୁ କାହିଁ ନୂଆ ନୀଡ ଦେଖି
ଭାବିଥିଲି ତୋତେ ମଳୟ ମୁଁ ସିନା
ଢାଳି ଦେଇଗଲୁ କାଳ ବୈଶାଖୀ
ହୋ ମୋ ମନ ବନରେ ସାଜିଥିଲୁ ପକ୍ଷୀ
ଉଡ଼ିଗଲୁ କାହିଁ ନୂଆ ନୀଡ ଦେଖି
ଭାବିଥିଲି ତୋତେ ମଳୟ ମୁଁ ସିନା
ଢାଳି ଦେଇଗଲୁ କାଳ ବୈଶାଖୀ

ଅଲିଭା ନିଆଁରେ ଜଳି
ଅମଡ଼ା ବାଟରେ ଚାଲି
ହୋ ଅଲୋଡ଼ା ମୁଁ ଆଜି ହେଲି
ଅଜଣା ତୋ ପାଇଁ କାଲି
ତଥାପି ଖୋଜୁଛି ଅଚିନ୍ହା ରାସ୍ତାରେ

ଓ माही रे, ଓ माही रे
ଓ माही रे, माही रे
ତୋ ନାଁ-ତୋ ନାଁ-ତୋ ନାଁ
ସାରା ଜୀବନ ଯାଏଁ ଗାଉଥିବି
माही रे-माही रे-माही रे
ତୋ ନାଁ-ତୋ ନାଁ-ତୋ ନାଁ
ସାରା ଜୀବନ ଯାଏଁ ଗାଉଥିବି



Credits
Writer(s): Nirmal Nayak
Lyrics powered by www.musixmatch.com

Link