Aei Jibana (From "Goolam Reprise")

ଏ ଜୀବନ, ଇଚ୍ଛା ହୁଏ ମାଗିନେବି ମୋ ଭାଗର ପୃଥିବୀ
ହେ ସପନ, ଅଧା ଗଢ଼ା ହେଉ ପଛେ ଜିଇଁକି ମୁଁ ଦେଖିବି
ମନ ଖୋଲି ହସିଲେ, ଆଖି ଭିଜିଯାଏରେ
ଜାଣି ମୁଁଯେ ତୁମର, କାହିଁ ଡ଼ର ଲାଗେରେ?
ସତେ ମୁଁଯେ ତତେ ହରେଇ ଦେବି

ଏ ଜୀବନ, ଇଚ୍ଛା ହୁଏ ମାଗିନେବି ମୋ ଭାଗର ପୃଥିବୀ
ହେ ସପନ, ଅଧା ଗଢ଼ା ହେଉ ପଛେ ଜିଇଁକି ମୁଁ ଦେଖିବି

ଛୁଇଁ ଯାଇଛି ଆଜି ମୋତେ ଅମାନିଆ ଫଗୁଣ
ତୋ ରଙ୍ଗରେ ମୁଁ ରଙ୍ଗି ଯାଇଚି
ଏ ହୃଦୟେ ଚାପି ରଖିଚି ମୁଁଯେ କେତେ କଥା
ସବୁ କହିଦେବି ଆଜି ଖୋଲିକି

ଫେରିଚି ମୋ ଜୀବନେ ଆଜି ଏତେ ଖୁସିରେ
ତୋ'ଛଡ଼ା କହ ମୋତେ ଆଉ କିଏ ବୁଝେରେ?
କେମିତି ତୋ'ବିନା ମୁଁ ବଞ୍ଚିବି?

ଏ ଜୀବନ, ଇଚ୍ଛା ହୁଏ ମାଗିନେବି ମୋ ଭାଗର ପୃଥିବୀ
ହେ ସପନ, ଅଧା ଗଢ଼ା ହେଉ ପଛେ ଜିଇଁକି ମୁଁ ଦେଖିବି

ଯେତେ ଆଖିକୁ ସେତେ ପ୍ରଶ୍ନ, ଏ ଦୁନିଆଁର ପାଖେ
ସବୁ ପ୍ରଶ୍ନର ତ ଉତ୍ତର ନାହିଁ
ଭଲପାଏ କାହିଁକି ତତେ? କହିବି ଯେ କେମିତି?
କାରଣ ତ ମୁଁଯେ ଖୋଜି ପାଏନି

ନିରବ ଆଖି ମୋର ତତେ ଖାଲି ଖୋଜେରେ
ନିଜକୁ ହରେଇ ମୁଁ ଆମ ଖୁସି ଚାହେଁରେ
ତୋ ସାଥିରେ ମୁଁ ଜିଇଁବି, ମରିବି

ଏ ଜୀବନ, ଇଚ୍ଛା ହୁଏ ମାଗିନେବି ମୋ ଭାଗର ପୃଥିବୀ
ହେ ସପନ, ଅଧା ଗଢ଼ା ହେଉ ପଛେ ଜିଇଁକି ମୁଁ ଦେଖିବି



Credits
Writer(s): Sthita Pattanaik
Lyrics powered by www.musixmatch.com

Link