Muin Je Ek Pagla

ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଫୁଲେ-ଫୁଲେ ଉଡ଼ିବୁଲେ ନୀତି, ପ୍ରୀତିଭରା ଦେଇ ଇଶାରା
ଚୁମି-ଚୁମି ଯାଏ ମୁହିଁ ଏଇ, ମଧୁଭରା ଫୁଲ ପସରା, ହାଏ

ଖୋଜିବୁଲେ ନୂଆ ଏକ ନୀଡ଼
ଭୁଲିଛି ସେ ନୀଡ଼ ପୁରୁଣା
ବାନ୍ଧି ମୋତେ ରଖି ସତେ କେହି, ପାରିନାହିଁ ରୂପ ଦେଶରେ
ଛପି-ଛପି ସପନେ ମୁଁ ଆସି, ଫେରିଯାଏ ରାତି ଶେଷରେ, ହାଏ

ସ୍ମୃତି ଖାଲି ଛାଡ଼ିଯାଏ ମନେ
କାହାକୁ ମୁଁ ଧରା ଦିଏନା

ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା



Credits
Writer(s): Mushir, Nizam
Lyrics powered by www.musixmatch.com

Link