Mahaprabhu He

ମହାପ୍ରଭୁ, ମହାପ୍ରଭୁ
ହେ, ମହାପ୍ରଭୁ

ଧନ ଦେଲ, ମାନ ଦେଲ, ଦେଲ ସନମାନ
ଧନ ଦେଲ, ମାନ ଦେଲ, ଦେଲ ସନମାନ

ସବୁ ଥାଇ କିଛି ନାହିଁ, ଥାଳ ମୋର ଶୂନ୍ୟ
ଦାତାପଣେ ବଡ଼ ତୁମେ, ମୁହିଁ ଦୀନହୀନ

କରିଦିଅ ଥାଳ ମୋର ପୂର୍ଣ୍ଣ
ପ୍ରଭୁ ହେ, କରିଦିଅ ଥାଳ ମୋର ପୂର୍ଣ୍ଣ

ମହାପ୍ରଭୁ, ମହାପ୍ରଭୁ
ହେ, ମହାପ୍ରଭୁ

ଦ୍ଵାପରରେ ଗୋପପୁରେ ସାଜି ନନ୍ଦବଳା
ଯଶୋଦାର କୋଳେ ଖାଇ କରିଥିଲ ଲୀଳା

ଦ୍ଵାପରରେ ଗୋପପୁରେ ସାଜି ନନ୍ଦବଳା
ଯଶୋଦାର କୋଳେ ଖାଇ କରିଥିଲ ଲୀଳା

ସର ଲବଣୀରେ ଭରା ଏଇ ମୋର ଘର
ଚୋରାଇ ଖାଇବା ପାଇଁ ନାହିଁ କେହି ଚୋର

ମୋ ଯଶୋଦା କୋଳ କାହିଁ କଲ ଶିରିହିନ?

କରିଦିଅ ଥାଳ ମୋର ପୂର୍ଣ୍ଣ
ପ୍ରଭୁ ହେ, କରିଦିଅ ଥାଳ ମୋର ପୂର୍ଣ୍ଣ

ମହାପ୍ରଭୁ, ମହାପ୍ରଭୁ
ହେ, ମହାପ୍ରଭୁ

କରୁଣା ସାଗରୁ ମାଗେ ବିନ୍ଦୁଟିଏ ମୁହିଁ
କାହାକୁ ମଣିବି ସିନ୍ଧୁ କାଳିଆ ଗୋସାଇଁ?

କରୁଣା ସାଗରୁ ମାଗେ ବିନ୍ଦୁଟିଏ ମୁହିଁ
କାହାକୁ ମଣିବି ସିନ୍ଧୁ କାଳିଆ ଗୋସାଇଁ?

ସେବାରେ ପୂଜାରେ କେବେ ଉଣା କରିନାହିଁ
ଉଣା ତୁମ କରୁଣାରେ କରୁଛ କି ପାଇଁ?

ଶୁଣିବ ଏ ଦୁଃଖୀ ଡାକ ତୁମେ କେଉଁଦିନ?

କରିଦିଅ ଥାଳ ମୋର ପୂର୍ଣ୍ଣ
ପ୍ରଭୁ ହେ, କରିଦିଅ ଥାଳ ମୋର ପୂର୍ଣ୍ଣ

ଧନ ଦେଲ, ମାନ ଦେଲ, ଦେଲ ସନମାନ
ଧନ ଦେଲ, ମାନ ଦେଲ, ଦେଲ ସନମାନ

ସବୁ ଥାଇ କିଛି ନାହିଁ, ଥାଳ ମୋର ଶୂନ୍ୟ
ଦାତାପଣେ ବଡ଼ ତୁମେ, ମୁହିଁ ଦୀନହୀନ

କରିଦିଅ ଥାଳ ମୋର ପୂର୍ଣ୍ଣ
ପ୍ରଭୁ ହେ, କରିଦିଅ ଥାଳ ମୋର ପୂର୍ଣ୍ଣ

ମହାପ୍ରଭୁ, ମହାପ୍ରଭୁ
ମହାପ୍ରଭୁ, ହେ



Credits
Writer(s): Amrendra Mohanty, Alekh Bishwal
Lyrics powered by www.musixmatch.com

Link