Rajaa Jhia Sange Heigala Bhaba

ହେଇଗଲା, ହେଇଗଲା, ହେଇଗଲା
ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଅଳପ ଦେଖାରେ, ଅଳପ ଲେଖାରେ
ଅଳପ କଥାରେ, ଅଳପ ହସରେ

ହେଇଗଲା, ହେଇଗଲା, ହେଇଗଲା

ରଜା-ଝିଅ ସାଙ୍ଗେ ହେଇଗଲା ଭାବ
ହୋ, ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଭାବିଲେ ଏବେବି ଲାଗୁଛି ସପନ
କେମିତି ହଜିଲା କୋଉଠି ଏ ମନ?

ସବୁ ଥାଇ ରହୁଥିଲା କୋଉଠି ଅଭାବ?

ରଜା-ଝିଅ ସାଙ୍ଗେ ହେଇଗଲା ଭାବ
ହୋ, ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଯୋଉ ସପନକୁ ଦେଖିବାକୁ ଦିନେ
ଆଖିର ନଥିଲା ସାହାସ
ସତ କରିଦେଲ ସେଇ ସପନକୁ
ମାଟି ଛୁଏଁ ଆଜି ଆକାଶ

ନୁହେଁ ତ ଗୁଜବ, ନୁହେଁ ବି ଅଜବ
ତଥାପି କେମିତି ହେଲା ଯେ ସମ୍ଭବ?
ଧୀରେ ଧୀରେ ହେଇଗଲା ଗପଟି ଆରମ୍ଭ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ
ହୋ, ରଜା-ଝିଅ ସାଙ୍ଗେ ହେଇଗଲା ଭାବ

(ରଜା-ଝିଅ ସାଙ୍ଗେ...)
(ରଜା-ଝିଅ ସାଙ୍ଗେ...)

ଆକାଶ ପୃଥିବୀ ଅଲଗା ହେଲେବି
ଦୁହିଁଙ୍କୁ ମିଶାଏ ବରଷା
ଦୁଇଟି ହୃଦୟ ଅଲଗା ଥିଲେବି
ଦୁହିଁଙ୍କୁ ମିଶାଏ ଭରସା

ପ୍ରେମରେ ପଡ଼ିଲେ ଏଇଆ ହୁଏ ତ
ମନଟା काबू ରେ ରହେନା ଆଉ ତ

ବଦଳେ ଯେ ରଙ୍ଗଢ଼ଙ୍ଗ, ହାବଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ
ରଜା-ଝିଅ ସାଙ୍ଗେ ହେଇଗଲା ଭାବ
ରଜା-ଝିଅ ସାଙ୍ଗେ ହେଇଗଲା ଭାବ



Credits
Writer(s): Prem Anand, Srikant Goutam
Lyrics powered by www.musixmatch.com

Link