Haire Mita

ହାଏରେ ମିତ
ହାଏରେ ମିତ
କେମିତି ଛାଡ଼ିବି କହ
ତୋରି ହାତ
ହାଏରେ ମିତ
ହାଏରେ ମିତ
କେମିତି ଛାଡ଼ିବି କହ
ତୋରି ହାତ

ଆକାଶ ଅଛି, ବରଷା ନାହିଁ
ପ୍ରେମକୁ ଆଉ ଭରଷା ନାହିଁ
ବେଳେ-ବେଳେ ସବୁ ଗପ
ହୁଏନା ସତ

ହାଏରେ ମିତ
ହାଏରେ ମିତ
କେମିତି ଛାଡ଼ିବି କହ
ତୋରି ହାତ
କେମିତି ଛାଡ଼ିବି କହ
ତୋରି ହାତ

କଉଠି ମୋ ପ୍ରେମ
କଉଠି ଆଜି ମୁଁ
କଉଠି ହଜିଲା ମୋ ପିଲା ଦିନ
ସବୁ ଥାଇ ଆଜି
କିଛି ନାହିଁ ମୋର
ସାଥି ମୋ ସାଜିଛି
ମୋ ପାଦ ଚିହ୍ନ

ମୋ ଭାଗ୍ୟ ମୋତେ କରିଛି ଦୂର
ମୋ ପାଇଁ ଆଜି
ମୁଁ ଯାଯାବର
ଭାଙ୍ଗିଗଲା ବାଲିଘର
କୁହୁଡି କାନ୍ଥ

ହାଏରେ ମିତ
ହାଏରେ ମିତ
କେମିତି ଛାଡ଼ିବି କହ
ତୋରି ହାତ
କେମିତି ଛାଡ଼ିବି କହ
ତୋରି ହାତ

ଏ କେମିତି ହାଏ
ପ୍ରେମର ଦୁନିଆ
ହାଏରେ କେମିତି ଏଇ ଛଳଣା
ଦୁଇ ପ୍ରେମ ପକ୍ଷୀ
ଗୋଟିଏ ଡାଳରେ
ବସିବାକୁ ଆଜି ହେଇଛି ମନା

ଏ ପାଖେ ଛାତି
ସେ ପାଖେ ପ୍ରାଣ
ମଝିରେ ଅଛି ପ୍ରେମର ରାଣ
ଫୁଲ ହାତ ହେଲା ଆଜି
କଣ୍ଟାର ପଥ

ହାଏରେ ମିତ
ହାଏରେ ମିତ
କେମିତି ଛାଡ଼ିବି କହ
ତୋରି ହାତ
କେମିତି ଛାଡ଼ିବି କହ
ତୋରି ହାତ
କେମିତି ଛାଡ଼ିବି କହ
ତୋରି ହାତ



Credits
Writer(s): Prem Anand
Lyrics powered by www.musixmatch.com

Link