Tume Prabhunka Paain Bhakta

ଶ୍ରୀରାମ ଜୟରାମ, ଜୟ-ଜୟ ରାମ
(ଶ୍ରୀରାମ ଜୟରାମ, ଜୟ-ଜୟ ରାମ)
(ଶ୍ରୀରାମ ଜୟରାମ, ଜୟ-ଜୟ ରାମ)

ତୁମେ ପ୍ରଭୁଙ୍କ ପାଇଁ ଭକ୍ତ, ତୁମେ ଭକ୍ତଙ୍କ ପାଇଁ ପ୍ରଭୁ
ତୁମେ ଜ୍ଞାନ, ଗୁଣ-ସାଗର, ତୁମ ଧ୍ୟାନ କରନ୍ତି ସବୁ
ତୁମେ ପ୍ରଭୁଙ୍କ ପାଇଁ ଭକ୍ତ, ତୁମେ ଭକ୍ତଙ୍କ ପାଇଁ ପ୍ରଭୁ
ତୁମେ ଜ୍ଞାନ, ଗୁଣ-ସାଗର, ତୁମ ଧ୍ୟାନ କରନ୍ତି ସବୁ

ତୁମ ଦର୍ଶନ ମାତ୍ରକେ, ସ୍ମରଣ ମାତ୍ରକେ ସଙ୍କଟ ଯାଏ ଟଳି

ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ

ହୁଙ୍କାର ଦେଇ ତୁମେ ଲଙ୍ଘିଲ ସାଗର
ପବନସୂତ ତୁମ ଶକ୍ତି ଯେ ଅପାର
ରାବଣ ସୁନା-ଲଙ୍କା କରିଲ ଦହନ
ସୀତାଙ୍କୁ କଲ ଠାବ ତୁମେ ତ ମହାନ

ତୁମେ ପ୍ରଭୁଙ୍କ ପାଦତଳେ, ପ୍ରଭୁ ତୁମରି ଛାତି ତଳେ
ତୁମେ ଭକତ ଶ୍ରେଷ୍ଟ ବୋଲି ପୂଜା ପାଉଛ କାଳେ କାଳେ

ହେ କେଶରୀନନ୍ଦନ, ଜଗତ-ବନ୍ଦନ, ଅଛି କେ ତୁମ ଭଳି?

ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ

ଲକ୍ଷ୍ମଣ ଶକ୍ତି ଭେଦ ଅଭୁଲା କାହାଣୀ
ଆଣିଲ ତୁମେ ଯାଇ ବିଶଲ୍ୟକାରଣୀ
ଅଞ୍ଜନ ପୁତ୍ର ତୁମେ, ସଙ୍କଟ ମୋଚନ
ରାମଙ୍କୁ ସମର୍ପିତ ତୁମରି ଜୀବନ

ତୁମ ତୁଣ୍ଡରେ ରାମ-ରାମ, ରାମ ପାଦରେ ତୁମ ଧ୍ୟାନ
ପ୍ରଭୁ ରାମଙ୍କ ଦୂତ ସାଜି ତୁମେ ହେଇଛ ପରା ଧନ୍ୟ

ତୁମେ ବିରମହାବିର ସିନ୍ଦୂରେ ସୁନ୍ଦର କରୁଣା ଦିଅ ଢାଳି

ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ
ଜୟ-ଜୟ-ଜୟ ବଜରଙ୍ଗବାଲୀ



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link