Nisa Nisa Toro Akhi

ନିଶା ନିଶା ତୋର ଆଖି
ରାତି ପାହେ ଦେଖି ଦେଖି
ଜିଏଁ-ମରେ ତୋ ପ୍ରେମରେ, ଓରେ ସାଥି

ସବୁ ଦିନ, ସବୁ ରାତି
ବୁଲିବୁଲି ପ୍ରଜାପତି
ପ୍ରେମ ରଙ୍ଗ ଲଗେଇଲ ଏମିତି

ରଖିଛି ସାଇତି ତତେ ଏ ପଲକରେ
ଦୁନିଆଁ ଭୁଲିଛି ସାଥି ମୁଁ ତୋ ପାଖରେ

ପ୍ରେମ ରୋଗ ହେଲା କି ମତେରେ?
ଲାଗେ ମାରିଦେବ ଧୀରେ ଧୀରେ
ପ୍ରେମ ରୋଗ ହେଲା କି ମତେରେ?
ଲାଗେ ମାରିଦେବ ଧୀରେ ଧୀରେ

ଦିଶୁଚୁ ଖାଲି ତୁ ବାଟରେ
ଆସୁଚୁ ନୀତି ମୋ ସ୍ୱପ୍ନରେ
ଆସୁଚୁ ଖାଲି ଭାବନାରେ
ବାସୁଚୁ ନୀତି ନିଶ୍ୱାସରେ

ହସିଦେଲେ ଥରେ ମହୁ ଝରିଯାଏ ରେ
ତୋ କଥା ଭାବି ମୋ ଦିନ ସରେ, ରାତି ସରେ

ପ୍ରେମ ରୋଗ ହେଲା କି ମତେରେ?
ଲାଗେ ମାରିଦେବ ଧୀରେ ଧୀରେ
ପ୍ରେମ ରୋଗ ହେଲା କି ମତେରେ?
ଲାଗେ ମାରିଦେବ ଧୀରେ ଧୀରେ

ଲେଖିଛି ତୋ ନାଁ ମୋ ଭାଗ୍ୟରେ
ଆଙ୍କିଛି ତତେ ଏ ଛାତିରେ
ପଢୁଛି ତତେ କାହାଣୀରେ
ଗାଉଛି ତତେ ମୋ ଗୀତରେ

ଲୁଚେଇ ରଖିଛି ତତେ ଏ ହୃଦୟରେ
ଛୁଇଁଦେଲେ ଥରେ ଲାଜ ମରିଯାଏ ରେ

ପ୍ରେମ ରୋଗ ହେଲା କି ମତେରେ?
ଲାଗେ ମାରିଦେବ ଧୀରେ ଧୀରେ
ପ୍ରେମ ରୋଗ ହେଲା କି ମତେରେ?
ଲାଗେ ମାରିଦେବ ଧୀରେ ଧୀରେ

ପ୍ରେମ ରୋଗ ହେଲା କି ମତେରେ?
ଲାଗେ ମାରିଦେବ ଧୀରେ ଧୀରେ
ପ୍ରେମ ରୋଗ ହେଲା କି ମତେରେ?
ଲାଗେ ମାରିଦେବ ଧୀରେ ଧୀରେ



Credits
Writer(s): Sarita Mishra, Swayam Padhi
Lyrics powered by www.musixmatch.com

Link