Prema Nisha

ରୁ-ରୁ-ରୁ-ରୁ-ରୁ
ରୁ-ରୁ-ରୁ-ରୁ-ରୁ

ପ୍ରେମ ନିଶା ମିଳାମିଶା, କେତେ ଜାଗେ ଏଇ ମନେ
ଭୁଲି ନାହିଁ, ଭୁଲି ନାହିଁ ସେଇ ସ୍ମୃତି ଜୀବନେ
ହୋ, ବାଟରେ ଆସୁ ବାଧା, ପାଦରେ ବାଜୁ କଣ୍ଟା
ଆସିବ ତମେ ମୋ ଜୀବନେ

ପ୍ରେମନିଶା ମିଳାମିଶା, କେତେ ଜାଗେ ଏଇ ମନେ?
ଭୁଲି ନାହିଁ, ଭୁଲି ନାହିଁ ସେଇ ସ୍ମୃତି ଜୀବନେ

ଆଖିରୁ ଦୂରେଇ ଗଲେ, ପ୍ରେମନିଶା କମେନା
ମିଠା-ମିଠା ସପନରେ, ବାଟ କେବେ ସରେନା
ହୋ, ଆଖିରୁ ଦୂରେଇ ଗଲେ, ପ୍ରେମନିଶା କମେନା
ମିଠା-ମିଠା ସପନରେ, ବାଟ କେବେ ସରେନା

ଆମ ସେ ପ୍ରେମ ନିଆଁରେ, ବିରହେ ଜଳିଲା ପରେ
ଆସିବ ତମେ ମୋ ଜୀବନେ

ପ୍ରେମନିଶା ମିଳାମିଶା, କେତେ ଜାଗେ ଏଇ ମନେ?
ଭୁଲି ନାହିଁ, ଭୁଲି ନାହିଁ ସେଇ ସ୍ମୃତି ଜୀବନେ

କେତେଦିନ କୁହ ପ୍ରିୟେ ବନ୍ଦିନୀ ରହିବ?
କେତେକାଳ ତା ଆଖିରେ ଜଳଛବି ଆଙ୍କିବ?
ହୋ, କେତେଦିନ କୁହ ପ୍ରିୟେ ବନ୍ଦିନୀ ରହିବ?
କେତେକାଳ ତା ଆଖିରେ ଜଳଛବି ଆଙ୍କିବ?

ରହିଲେ ଯେତେ ଦୁରେ, ହୃଦୟ କି ରହିପାରେ?
ଆସିବ ତମେ ମୋ ଜୀବନେ

ପ୍ରେମନିଶା ମିଳାମିଶା, କେତେ ଜାଗେ ଏଇ ମନେ
ଭୁଲି ନାହିଁ, ଭୁଲି ନାହିଁ ସେଇ ସ୍ମୃତି ଜୀବନେ
ହୋ, ବାଟରେ ଆସୁ ବାଧା ପାଦରେ ବାଜୁ କଣ୍ଟା
ଆସିବ ତମେ ମୋ ଜୀବନେ
ପ୍ରେମନିଶା ମିଳାମିଶା, କେତେ ଜାଗେ ଏଇ ମନେ
ଭୁଲି ନାହିଁ, ଭୁଲି ନାହିଁ ସେଇ ସ୍ମୃତି ଜୀବନେ



Credits
Writer(s): Bhushan Dua, Tarakanta Panda
Lyrics powered by www.musixmatch.com

Link