Lal Tuk Tuk Jhia

ହେ, ଲାଲ ଟୁକୁ-ଟୁକୁ ଝିଅ
ତୋର ପଦ୍ମଫୁଲିଆ ମୁହଁ
କିଏ ତୋ ମନକୁ ଚୋରି କରିନେବ ଲୋ?
ତୁ କାହା ଘର ଯିବୁ କହଲୋ?
ତୁ କାହା ଘର ଯିବୁ କହଲୋ?

ଲାଲ ଟୁକୁ-ଟୁକୁ ଝିଅ
ତୋର ପଦ୍ମଫୁଲିଆ ମୁହଁ
କିଏ ତୋ ମନକୁ ଚୋରି କରିନେବ ଲୋ?
ତୁ କାହା ଘର ଯିବୁ କହଲୋ?
ହାଏରେ କାହା ଘର ଯିବୁ କହଲୋ?

ହାଏରେ ଅଳତା ବୋଳା ପାଦେ ଥିରି-ଥିରି ଚାଲୁଛୁ
କା' ପାଇଁ ଝରକା ଖୋଲି ରଖି ରାତି ଅଧେ ଚାହିଁଛୁ?
ହାଏରେ ଅଳତା ବୋଳା ପାଦେ ଥିରି-ଥିରି ଚାଲୁଛୁ
କା' ପାଇଁ ଝରକା ଖୋଲି ରଖି ରାତି ଅଧେ ଚାହିଁଛୁ?
ଧୀରେ-ଧୀରେ ଚୁପି-ଚୁପି କିଏ ନିଦ ଚୋରେଇଛି

ତୋର ଚୁଲବୁଲିଆ ହସ
ଆହା ମଖମଲିଆ
କିଏ ତୋ ହାତରେ ନାଲି ଚୁଡ଼ି ଦବ ଲୋ?
ତୁ କାହା ଘର ଯିବୁ କହଲୋ?
ହାଏରେ କାହା ଘର ଯିବୁ କହଲୋ?

ଲକ୍ଷେରେ ଗୋଟିଏ ଝିଅ ତୁଲୋ ଏଇ ଆମ ଗାଁର
କିଏସେ ବିହି ଗଢ଼ିଛି ହବ କାଲି ତୋହର
ହାଏ ଲକ୍ଷେରେ ଗୋଟିଏ ଝିଅ ତୁଲୋ ଏଇ ଆମ ଗାଁର
କିଏସେ ବିହି ଗଢ଼ିଛି ହବ କାଲି ତୋହର
ସଖି ମେଳେ ଘୁରି ବୁଲୁ ବନ ହରିଣୀ ପରି

ଆହା ଛନ-ଛନିଆ ମନ
ହାଏ ଛନ-ଛନିଆ ମନ
ସତେ କଅଁଣ ଲବଙ୍ଗ ପାନ
କିଏ ସବାରୀରେ ତତେ ନେଇଯିବ ଲୋ?
ତୁ କାହା ଘର ଯିବୁ କହଲୋ?
ହାଏରେ କାହା ଘର ଯିବୁ କହଲୋ?

ଲାଲ ଟୁକୁ-ଟୁକୁ ଝିଅ
ତୋର ପଦ୍ମଫୁଲିଆ ମୁହଁ
କିଏ ତୋ ମନକୁ ଚୋରି କରିନେବ ଲୋ?
ତୁ କାହା ଘର ଯିବୁ କହଲୋ?
ହାଏରେ କାହା ଘର ଯିବୁ କହଲୋ?
ହାଏରେ କାହା ଘର ଯିବୁ କହଲୋ?
ହାଏରେ କାହା ଘର ଯିବୁ କହଲୋ?



Credits
Writer(s): Abhijit Majumdar, Nirmal Nayak
Lyrics powered by www.musixmatch.com

Link