Chamki Gali

ଏ ମା'!

ଛନ-ଛନ ମନ ମୋର ଡରିଗଲା
ଛାତିରେ ମୋ ଛନକା ପଶିଗଲା
ଏଇ, ଛନ-ଛନ ମନ ମୋର ଡରିଗଲା
ଛାତିରେ ମୋ ଛନକା ପଶିଗଲା

ମା'ଲୋ! ମା'ଲୋ! ଚମକିଗଲି

ଡରିଗଲି, ଡରିଗଲି, ରାତିସାରା ଜ୍ୱର କାଲି
ଏଇ, ଡରିଗଲି, ଡରିଗଲି, ରାତିସାରା ଜ୍ୱର କାଲି

ଏଇ, ଛନ-ଛନ ମନ ମୋର ଡରିଗଲା
ଛାତିରେ ମୋ ଛନକା ପଶିଗଲା
ଏଇ, ଛନ-ଛନ ମନ ମୋର ଡରିଗଲା
ଛାତିରେ ମୋ ଛନକା ପଶିଗଲା

ଏଇ, ନଈ ତୁଠେ ମୁଇଁ ଜଲଦି-ଜଲଦି
ଦେହେ ମାଖି ହେଉଥିଲି ହଳଦୀ

ନଈ ତୁଠେ ମୁଇଁ ଜଲଦି-ଜଲଦି
ଦେହେ ମାଖି ହେଉଥିଲି ହଳଦୀ

ଦୁଷ୍ଟ-ଟୋକା ମୋତେ ମାରିଦେଲା ସିଟି
ଲାଜରେ ହେଲି ମୁଁ ଛାଟିପିଟି

ତର-ତର ହେଇ କାନି ଖସିଗଲା
ଝୁମକା ମୋ କଉଠି ପଡ଼ିଗଲା
ଏଇ, ତର-ତର ହେଇ କାନି ଖସିଗଲା
ଝୁମକା ମୋ କଉଠି ପଡ଼ିଗଲା

ଏ ମା'ଲୋ! ମା'ଲୋ! ଏ କି କଲି?

ପଚାରିବେ ସବୁ କାଲି, ଝୁମୁକା ହଜେଇଦେଲି
ଏଇ, ପଚାରିବେ ସବୁ କାଲି, ଝୁମୁକା ହଜେଇଦେଲି

ଏକା-ଏକା କାଇଁ ଆସୁଥିଲି, ମନା କରୁଥିଲେ ସବୁ କାଲି

ହେଇ, ଏକା-ଏକା କାଇଁ ଆସୁଥିଲି, ମନା କରୁଥିଲେ ସବୁ କାଲି

ନିଛାଟିଆ ଭାରି ନଈ-କୂଳ ଥିଲା
ସିଏ ମୋର ହାତ ଧରିନେଲା

ଫର-ଫର ହୋଇ କାନି ଉଡ଼ିଗଲା
ପାଉଁଜି ମୋ ଛମକେଇ ବାଜିଗଲା
ଏଇ, ଫର-ଫର ହୋଇ କାନି ଉଡ଼ିଗଲା
ପାଉଁଜି ମୋ ଛମକେଇ ବାଜିଗଲା

ଏ ମା'ଲୋ! ମା'ଲୋ! ସବୁ ଭୁଲି

ମନ ତାକୁ ଦେଇଦେଲି, ମନ ତାକୁ ଦେଇଦେଲି
ହେଇ, ରାତିସାରା ଜ୍ୱର କାଲି, ରାତିସାରା ଜ୍ୱର କାଲି

ଛନ-ଛନ ମନ ମୋର ଡରିଗଲା
ଛାତିରେ ମୋ ଛନକା ପଶିଗଲା
ଏଇ, ଛନ-ଛନ ମନ ମୋର ଡରିଗଲା
ଛାତିରେ ମୋ ଛନକା ପଶିଗଲା

ଏ ମା'ଲୋ! ମା'ଲୋ! ଚମକିଗଲି

ଡରିଗଲି, ଡରିଗଲି, ରାତିସାରା ଜ୍ୱର କାଲି
ଏଇ, ଡରିଗଲି, ଡରିଗଲି, ରାତିସାରା ଜ୍ୱର କାଲି
ଡରିଗଲି, ଡରିଗଲି, ରାତିସାରା ଜ୍ୱର କାଲି



Credits
Writer(s): Pankaj, Nizan
Lyrics powered by www.musixmatch.com

Link