Jaga Re Jaga

ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ
ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ

ନୀଳାଚଳେ ରହି ତୋ ଭଜନ ଗାଇ
ନୀଳାଚଳେ ରହି ତୋ ଭଜନ ଗାଇ
ନାଚୁଥିବି ଥେଇ-ଥେଇ, ଦେବଦାସୀ ତୋର ହୋଇ

ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ
ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ

ଖାଉଥିବି ମୁହିଁ ତୋ ଅବଢ଼ା ଅନ୍ନ
ଆନନ୍ଦବଜାରେ ବୁଲି
ଦେଖି-ଦେଖି ତୋର ଭକତ ମାନଙ୍କୁ
ସବୁ ଦୁଃଖ ଯିବି ଭୁଲି

ଖାଉଥିବି ମୁହିଁ ତୋ ଅବଢ଼ା ଅନ୍ନ
ଆନନ୍ଦବଜାରେ ବୁଲି
ଦେଖି-ଦେଖି ତୋର ଭକତ ମାନଙ୍କୁ
ସବୁ ଦୁଃଖ ଯିବି ଭୁଲି

ସାରା ଜୀବନର ପାପ ଯେତେ ମୋର
ସାରା ଜୀବନର ପାପ ଯେତେ ମୋର
ଦରଶନେ ଯିବ ଧୋଇ, ଆରେ ମୋ କଳା ଗୋସେଇଁ

ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ
ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ

ବାଇଶି ପାହାଚେ ମୁଣ୍ଡ ନୁଆଇଁବି
କରିବି ନରେନ୍ଦ୍ରେ ସ୍ନାନ
ଗରୁଡ଼ ଖମ୍ବକୁ କୁଣ୍ଢାଇ ଧରି ମୁଁ
ଜୀବନ କରିବି ଧନ୍ୟ

ବାଇଶି ପାହାଚେ ମୁଣ୍ଡ ନୁଆଇଁବି
କରିବି ନରେନ୍ଦ୍ରେ ସ୍ନାନ
ଗରୁଡ଼ ଖମ୍ବକୁ କୁଣ୍ଢାଇ ଧରି ମୁଁ
ଜୀବନ କରିବି ଧନ୍ୟ

ପାଦ ତଳେ ପଡ଼ି ଗୁହାରି କରିବି
ପାଦ ତଳେ ପଡ଼ି ଗୁହାରି କରିବି
ଟିକେ ତୋର ଦୟା ପାଇଁ, ନିରିଦୟ ହବୁ ନାହିଁ

ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ
ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ

ନୀଳାଚଳେ ରହି ତୋ ଭଜନ ଗାଇ
ନୀଳାଚଳେ ରହି ତୋ ଭଜନ ଗାଇ
ନାଚୁଥିବି ଥେଇ-ଥେଇ, ଦେବଦାସୀ ତୋର ହୋଇ

ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ
ଜଗା ରେ ଜଗା
ମତେ ନେ ତୋ ଡୋରି ଲଗେଇ
ମତେ ନେ ତୋ ଡୋରି ଲଗେଇ



Credits
Writer(s): Mahendra, Kaipataru Bala, Prafulla
Lyrics powered by www.musixmatch.com

Link